ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ: ରାହାଣେ

ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା ଅଧିକ: ରାହାଣେ

ଆଡିଲେଡ୍‌: ଭାରତ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ବିଜେତା ହେବାର ପସନ୍ଦରେ ଏବେ ବି ରହିଛି। ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱର୍ନରଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ସେମାନଙ୍କ ବୋଲିଂ ଆକ୍ରମଣର ଶକ୍ତି ବଳରେ ହିଁ ଅଷ୍ଟ୍ରେଲିଆ ବଳୀୟାନ। ସେଥିପାଇଁ ଘରୋଇ ଦଳ ଶୃଙ୍ଖଳା ଜିତିବାର ପସନ୍ଦରେ ରହିଛି ବୋଲି ମଙ୍ଗଳବାର କହିଛନ୍ତି ଭାରତୀୟ ଦଳର ଉପଅଧିନାୟକ ତଥା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ। ାରହାଣେଙ୍କ କହିବା କଥା ହେଲା, କୌଣସି ଦଳ ଘରୋଇ ମାଟି ଓ ପରିବେଶରେ ଖେଳୁଥିଲା ବେଳେ ସହଜ ମନେ କରିଥାଏ। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆ ଆମ ଅପେକ୍ଷା ଶୃଙ୍ଖଳା ଜିତିବାର ଅଧିକ ପସନ୍ଦ ବୋଲି ମୁଁ ଅନୁଭବ କରୁଛି।

publive-image ତଥାପି ଆମେ ଯେଉଁ ଲକ୍ଷ୍ୟ ନେଇ ଏଥର ଅଷ୍ଟ୍ରେଲିଆ ଆସିଛୁ, ତାକୁ ସାକାର କରିବାକୁ ଆପ୍ରାଣ ଉଦ୍ୟମ କରିବୁ। ଆମେ ମଧ୍ୟ ଶୃଙ୍ଖଳାରେ ଘାରୋଇ ଦଳକୁ ହାଲୁକା ନେବୁନି। ଘରୋଇ ଦଳ ଅବଶ୍ୟ ଓ୍ମିଥ୍‌ ଓ ୱର୍ନରଙ୍କ ସେବାରୁ ବଞ୍ଚିତ ହେବେ। ଏହାସତ୍ତ୍ବେ ସେହି ଦଳକୁ ଦୁର୍ବଳ ବୋଲି କହିବା ଠିକ୍‌ ହେବନାହିଁ ବୋଲି ମୁଁ ଭାବୁଛି। ସେମାନଙ୍କର ବୋଲିଂ ଆକ୍ରମଣ ଖୁବ୍‌ ଶାଣିତ। ଆଉ ‌ମୋ ମତରେ ଟେଷ୍ଟ୍‌ ମ୍ୟାଚ୍‌ ଜିତିବା ପାଇଁ ଦକ୍ଷ ବୋଲିଂ ଆକ୍ରମଣର ଆବଶ୍ୟକତା ଜରୁରି। ଏହି ଦୃଷ୍ଟିରୁ ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳାରେ ଆମଠୁ ଆଗରେ ରହିବ ବୋଲି ରାହାଣେ ଅନୁଭବ କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୦-୨ରେ ଶୃଙ୍ଖଳା ହାରିଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଭା‌ବେ ଅଧିନାୟକ ବିରାଟ କୋହଲି ୬୯୨ ରନ୍‌ କରିଥିଲା ବେଳେ ରହାଣେ ୫୭ ହାରରେ ୩୯୯ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe