ଆସେସ୍‌ ଗୌରବ ଦ୍ୱାରରେ ଅଷ୍ଟ୍ରେଲିଆ

Advertisment
ଆସେସ୍‌ ଗୌରବ ଦ୍ୱାରରେ ଅଷ୍ଟ୍ରେଲିଆ

ପର୍ଥ: ଓ୍ଵାକାରେ ଚାଲିଥିବା ତୃତୀୟ ଟେଷ୍ଟ୍‍ରେ ଇଂଲଣ୍ଡ ମଧ୍ୟ ପରାଜୟ ମୁହାଁ ହୋଇଛି। ପ୍ରଥମ ପାଳିରେ ୨୫୯ ରନ୍‌ରେ ପଛୁଆ ରହିବା ପରେ ଚତୁର୍ଥ ଦିନ ଶେଷ ସୁଦ୍ଧା ୪ ଓ୍ଵିକେଟ୍‌ରେ ୧୩୨ ରନ୍‌ ସଂଗ୍ରହ କରିଛି। ଜୋ ରୁଟ୍‌ଙ୍କ ଦଳ ହାତରେ ୬ ଓ୍ଵିକେଟ୍‌ ଥାଇ ତଥାପି ୧୨୭ ରନ୍‌ ପଛରେ ରହିଛି। ଶେଷ ଦିନରେ ଇଂଲଣ୍ଡ ଅସାଧାରଣ ବ୍ୟାଟିଂ କରି ପାରିଲେ ହିଁ ମ୍ୟାଚ୍‌ ବଞ୍ଚାଇପାରିବ। ଅନ୍ୟଥା ଅଷ୍ଟ୍ରେଲିଆ ୨ ଟେଷ୍ଟ୍‍ ପୂର୍ବରୁ ଆସେସ୍‌ ପୁନଃଅର୍ଜନ କରିନେବ।

ରବିବାରେ ସକାଳେ ଅଷ୍ଟ୍ରେଲିଆ ୫୪୯/୪ରୁ ଖେଳିଥିଲା। କିନ୍ତୁ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୨୩୯, ୩୯୯ ବଲ୍‌, ୩୦ ଚୌକା, ୧ ଛକା) ଏବଂ ଅଲରାଉଣ୍ଡର୍‌ ମିଚେଲ୍‌ ମାର୍ସ (୧୮୧, ୨୩୬ ବଲ୍‌, ୨୯ ଚୌକା)ଙ୍କ ତ୍ରିଶତକ ଭାଗୀଦାରି (୩୦୧) ଆଗକୁ ବଢ଼ି ପାରିନଥିଲା। ସକାଳର ଦ୍ୱିତୀୟ ବଲ୍‌ରେ ହିଁ ମାର୍ସଙ୍କୁ ଆଣ୍ଡରସନ୍‌ ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ କରାଇ ନେଇଥିଲେ। ୪ ଓଭର ପରେ ସ୍ମିଥ୍‌ଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ଏହା ପରେ ଓ୍ଵିକେଟ୍‌ରକ୍ଷକ ଟିମ୍‌ ପାଇନ୍‌ (୪୯*) ଏବଂ ପ୍ୟାଟ୍‌ କମିନ୍‌ସ (୪୧)ଙ୍କ ଉପଯୋଗୀ ପାଳି ବଳରେ ଅଷ୍ଟ୍ରେଲିଆ ୬୬୨/୯ରେ ପାଳି ଘୋଷଣା କରି ଦେଇଥିଲା।

ପ୍ରଥମ ପାଳିରେ ଅଢ଼େଇ ଶହ ରନ୍‌ ପଛରେ ପଡ଼ିଯିବା ପରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ ଆଲେଷ୍ଟର୍‌ କୁକ୍‌ (୧୪), ଷ୍ଟୋନ୍‌ମ୍ୟାନ୍‌ (୩), ଜୋ ରୁଟ୍‌ (୧୪) ଏବଂ ଭିନ୍‌ସ (୫୫)ଙ୍କୁ ହରାଇ ସଙ୍କଟରେ ପଡ଼ିଛି। ୧୦୦ ରନ୍‌ରେ ୪ ଓ୍ଵିକେଟ୍‌ ହରାଇବା ପରେ ସଂଘର୍ଷ ଜାରି ରଖିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୪୦୩ (ମଲନ-୧୪୦, ବେୟାରଷ୍ଟୋ-୧୧୯, ଷ୍ଟାର୍କ-୪/୯୧, ହାଜେଲଉଡ୍‌-୩/୯୨, କମିନ୍ସ-୨/୮୪)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୭୯.୩ ଓଭରରେ ୬୬୨/୯, ଘୋଷିତ (ଷ୍ଟିଭେନ୍‌ ସ୍ମିଥ୍‌-୨୩୯, ମିଚେଲ୍‌ ମାର୍ସ-୧୮୧, ଟିମ୍‌ ପାଇନ୍‌-୪୯*, ପ୍ୟାଟ୍‌ କମିନ୍‌ସ-୪୧, ଜେମ୍‌ସ ଆଣ୍ଡର୍‌ସନ୍‌-୪/୧୧୬, ଓଭର୍ଟନ୍‌-୨/୧୧୦, ଓ୍ଵକ୍‌ସ-୧/୧୨୮, ଅଲୀ-୧/୧୨୦)। ଇଂଲଣ୍ଡ ଦ୍ୱିତୀୟ ପାଳି: ୩୮.୨ ଓଭରରେ ୧୩୨/୪ (ଜେମ୍‌ସ ଭିନ୍‌ସ-୫୫, ମଲନ୍‌-୨୮*, ବେୟାରଷ୍ଟୋ-୧୪*, ହାଜେଲ୍‌ଉଡ୍‌-୨/୨୩, ନାଥନ୍‌ ଲିଅନ୍‌-୧/୨୮, ମିଚେଲ୍‌ ଷ୍ଟାର୍କ-୩୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe