Advertisment

Cricket: ଦିନିକିଆ ଶୃଙ୍ଖଳା ହାରିଲା ଭାରତୀୟ ମହିଳା ଦଳ: ଅଷ୍ଟ୍ରେଲିଆ ୨-୦ରେ ଆଗୁଆ

Advertisment

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଘରୋଇ ଦଳ ବିପକ୍ଷ ଦିନିକିଆ ଶୃଙ୍ଖଳା ହାତଛଡ଼ା କରିଛି। ଏହି ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି।

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଘରୋଇ ଦଳ ବିପକ୍ଷ ଦିନିକିଆ ଶୃଙ୍ଖଳା ହାତଛଡ଼ା କରିଛି। ଏହି ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି।

Screenshot 2026-02-27 192123

ହୋବାର୍ଟ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ଘରୋଇ ଦଳ ବିପକ୍ଷ ଦିନିକିଆ ଶୃଙ୍ଖଳା ହାତଛଡ଼ା କରିଛି। ଏହି ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆକୁ ଘରୋଇ ଦଳ ୫ ୱିକେଟ୍‌ରେ ଜିତି ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତିନେଇଛି। ତୃତୀୟ ତଥା ଶେଷ ଦିନିକିଆ ରବିବାର ଖେଳାଯିବ।

ଶୁକ୍ରବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତୀକା ରାୱଲ (୫୨, ୮୧ ବଲ୍‌, ୬ ଚୌକା) ଓ ଅଧିନାୟିକା ହର୍‌ମନପ୍ରୀତ କୌର (୫୪, ୭୦ ବଲ୍‌, ୨ ‌ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା। ପ୍ରତୀକା ଓ ସ୍ମୃତି ମନ୍ଧାନା (୩୧) ପ୍ରଥମ ୱିକେଟ୍‌ରେ ୭୮ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ହେଲେ ଭାରତୀୟ ବ୍ୟାଟର୍‌ ଖରାପ ସଟ୍‌ ଖେଳିବାରୁ ଦଳ ଲଗାତାର ୱିକେଟ୍‌ ହରାଇ ବଡ଼ ସ୍କୋର୍‌ କରିପାରି ନଥିଲା। ହର୍‌ମନପ୍ରୀତଙ୍କ ସହ ଗୌତମ କାସ୍‌ଭି (୨୫) ସପ୍ତମ ୱିକେଟ୍‌ରେ ଉପଯୋଗୀ ୫୫ ରନ୍‌ ଯୋଡ଼ିବାରୁ ଦଳ ଏହି ସମ୍ମାନଜନକ ସ୍କୋର୍‌ କରିପାରିଥିଲା। ରିଚା ଘୋଷ ୧୯ ବଲ୍‌ରୁ ୨୨ ଓ କ୍ରାନ୍ତି ଗୌଡ଼ ୧୫ ବଲ୍‌ରୁ ୧୯ ରନ୍‌ କରିଥିଲେ।

ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍‌କୁ ବିସିସିଆଇର ସମର୍ଥନ

ଅଷ୍ଟ୍ରେଲିଆ ପକ୍ଷରୁ ଆସ୍‌ଲେ ଗାର୍ଡନର, ଆନ୍ନାବେଲ ସଦରଲାଣ୍ଡ ଓ ଆଲାନା କିଙ୍ଗ୍‌ ୨‌ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୨୧ ରନ୍‌ରେ ଅଧିନାୟକ ଆଲିସା ହିଲି (୬)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଜର୍ଜିଆ ଭୋଲ୍‌ (୧୦୧, ୮୨ ବଲ୍‌, ୧୩ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ଫୋଏବ ଲିଚ୍‌ଫିଲ୍ଡ (୮୦, ୬୨ ବଲ୍‌, ୧୧ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଦଳ ୮୩ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭୋଲ୍‌ ଓ ଲିଚ୍‌ଫିଲ୍ଡ ଦ୍ବିତୀୟ ୱିକେଟ୍‌ରେ ୧୧୯ ଯୋଡ଼ିଥିଲେ। ଲିଚ୍‌ଫିଲ୍ଡଙ୍କ ଆଉଟ୍‌ ପରେ ବେଥ୍‌ ମୁନି (୩୧)ଙ୍କ ସହ ଭୋଲ୍‌ ୮୨ ରନ୍‌ର ଭାଗୀଦାର ଗଢ଼ି ଦଳର ବିଜୟ ସୁଗମ କରିଥିଲେ। ଶେଷରେ ଆସ୍‌ଲେ ଗାର୍ଡନର ୧୪ ବଲ୍‌ରୁ ୧୯* ରନ୍‌ର ଅପରାଜିତ ପାଳି ଖେଳି ବିଜୟ ମୁଣ୍ଡି ମାରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଓ କାସ୍‌ଭୀ ଗୌତମ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଶତକୀୟ ପାଳି ପାଇଁ ଭୋଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଆହୁରି ପଢ଼ନ୍ତୁ: Ranji Trophey: ରଣଜୀ ଟ୍ରଫି ଫାଇନାଲ୍‌: ମାଇଲ୍‌ଖୁଣ୍ଟ ଦ୍ବାରରେ ଜମ୍ମୁ କାଶ୍ମୀର: କର୍ଣ୍ଣାଟକ ପ୍ରଥମ ପାଳିରେ ପଛୁଆ

ସଂକ୍ଷିପ୍ତ ସ୍କୋର୍‌: ଭାରତ ୫୦ ଓଭରରେ ୨୫୧/୯ (ହର୍‌ମନପ୍ରୀତ କୌର ୫୪, ପ୍ରତୀକା ରାୱଲ ୫୨, ସ୍ମୃତି ମନ୍ଧାନା ୩୧, ଆନ୍ନାବେଲ ସଦରଲାଣ୍ଡ ୨/୩୭, ଆସ୍‌ଲେ ଗାର୍ଡନର ୨/୩୯, ଆଲାନା କିଙ୍ଗ୍‌ ୨/୪୧)। ଅଷ୍ଟ୍ରେଲିଆ ୩୬.୧ ଓଭରରେ ୨୫୨/୫ (ଜର୍ଜିଆ ଭୋଲ୍‌ ୧୦୧, ଫୋଏବ ଲିଚ୍‌ଫିଲ୍ଡ ୮୦, ବେଥ ମୁନି ୩୧, ଦୀପ୍ତି ଶର୍ମା ୨/୩୨, କାସ୍‌ଭୀ ଗୌତମ ୨/୪୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe