9News
ସିଡ୍ନି: ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହେବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଥିଲା ବେଳେ ଉଦ୍ଘାଟନୀ ଉତ୍ସବରେ ଅଷ୍ଟ୍ରେଲିଆ ଖେଳାଳିମାନେ ପିନ୍ଧିବାକୁ ଥିବା ଗଣପୋଷାକ ମଙ୍ଗଳବାର ଉନ୍ମୋଚିତ ହୋଇଛି। ଏହା ଉନ୍ମୋଚନ କରି ବିଶ୍ବ ବିଜେତା କାନୋଇଂ ତାରକା ଜେସିକା ଫକ୍ସ କହିଛନ୍ତି ଯେ ଏହା ଏକ ମାଇଲଖୁଣ୍ଟ। ଏହା ଆମକୁ ଅଧିକ ଉତ୍ସାହ ଦେବ। ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ଜୁଲାଇ ୨୩ରେ ଅନୁଷ୍ଟିତ ହେବାର ରହିଛି। ହେଲେ କରୋନା ଯୋଗୁଁ ଏହା ପୂର୍ବ ଅଲିମ୍ପିକ୍ସ ଅପେକ୍ଷା ସତର୍କତା ସହ ଅନୁଷ୍ଠିତ ହେବ।
ସ୍ପୋର୍ଟସସ୍କ୍ରାଫ୍ଟ ଦ୍ୱାରା ଡିଜାଇନ୍ ହୋଇଥିବା ଏହି ପୋଷାକ ସିଡ୍ନି ଉପକଣ୍ଠସ୍ଥିତ ଏକ ସମୁଦ୍ର ପୁଲଠାରେ ଉନ୍ମୋଚିତ ହୋଇଥିଲା। ଏହି ପୁଲ୍କୁ ୧୯୦୭ରେ ମିନା ୱିଲିଙ୍କ ବାପା ନିର୍ମାଣ କରିଥିଲେ। ମିନା ୧୯୧୨ ଷ୍ଟକହୋମ କ୍ରୀଡ଼ା ସନ୍ତରଣରେ ରୌପ୍ୟ ପଦକ ଜିତିଥିଲେ। ସେ ମଧ୍ୟ ଜଣେ ପ୍ରଥମ ଅଷ୍ଟେଲୀୟ ମହିଳା ଅଲିମ୍ପିଆନ୍।
Follow Us