ପରଲୋକରେ ମହାନ୍‌ ଅଷ୍ଟ୍ରେଲୀୟ କ୍ରିକେଟ୍‌ ତାରକା ଆଣ୍ଡ୍ରୁ ସାଇମଣ୍ଡଜ୍‌

Advertisment
ପରଲୋକରେ ମହାନ୍‌ ଅଷ୍ଟ୍ରେଲୀୟ କ୍ରିକେଟ୍‌ ତାରକା ଆଣ୍ଡ୍ରୁ ସାଇମଣ୍ଡଜ୍‌

Image Courtesy of India Today

ନୂଆଦିଲ୍ଲୀ: ନିକଟ ଅତୀତରେ ପ୍ରଖ୍ୟାତ୍‌ କ୍ରିକେଟ୍‌ ଖେଳାଳି ସେନ୍‌ ୱାନ୍‌ ଏବଂ ରଅଡ୍‌ ମାସ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଗତରାତିରେ ମହାନ୍‌ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର୍‌ ଆଣ୍ଡ୍ରୁ ସାଇମଣ୍ଡଜ୍‌ଙ୍କ ମୃତ୍ୟୁ କ୍ରିକେଟ୍‌ ଖେଳ ପ୍ରତି ଆଉ ଏକ ଦାରୁଣ ଦୁଃଖ କହିଲେ ଅତ୍ୟୁକ୍ତି ହେବନାହିଁ।

୧୯୯୮ରୁ ୨୦୦୯ ମଧ୍ୟରେ ୪୬ ବର୍ଷିୟ ଆଣ୍ଡ୍ରୁଜ୍‌ ଅଷ୍ଟ୍ରେଲିଆ ତରଫରୁ ୨୬ଟି ଟେଷ୍ଟ୍‌ ଏବଂ ୧୯୮ଟି ଏକଦବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତି ୧୧ଟା ପରେ କୁଇନ୍‌ସ୍‌ଲାଣ୍ଡ୍‌ ପ୍ରଦେଶର ଟାଉନ୍‌ସ୍‌ଭାଇଲ୍‌ ବାହାରେ ଏକାକୀ କାର୍‌ ଚଳାଇ ଯାଉଥିଲେ। ଆଲିସ୍‌ ନଦୀ ସେତୁ ନିକଟ ହର୍‌ଭେରି ରେଞ୍ଜ୍‌ ରୋଡ୍‌ରେ ତାଙ୍କ କାର୍‌ ରାସ୍ତାରୁ ଖସିଯିବା ସହ ଗଡ଼ି ଗଡ଼ି ତଳେ ପଡ଼ିଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ଏବଂ ଏମର୍ଜେନ୍‌ସି ସର୍ଭିସ୍‌ ଆପ୍ରାଣ ଉଦ୍ୟମ କରିଥିଲେ କିନ୍ତୁ, ଭୀଷଣ ଆଘାତ ପାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ‘ଫୋରେନ୍‌ସିକ୍‌ କ୍ରାସ୍‌ ୟୁନିଟ୍‌’ ଘଟଣାର ତଦନ୍ତ କରୁଛି।

publive-image Image Courtesy of NDTV

ଶ୍ରଦ୍ଧାରେ ‘ରୟ’ ବୋଲି ଡକାଯାଉଥିବା ସାଇମଣ୍ଡ୍‌ଜ୍‌ ୧୯୯୮ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଏକ ଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରଥମେ ଖେଳ ଆରମ୍ଭ କରିଥିଲେ। ଏହି ୫୦ ଓଭର୍‌ ଖେଳରେ ଅଲ୍‌-ରାଉଣ୍ଡର୍‌ ସାଇମଣ୍ଡ୍‌ଜ୍‌ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାରେ ସମର୍ଥ ହୋଇଥିଲେ। ୧୯୮ଟି ଏକଦବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ସେ ୫୦୦୦ରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ରହିଛି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ। ଜଣେ ଅସାଧାରଣ ବୋଲର୍‌ ଭାବେ ସେ ୧୩୩ଟି ୱିକେଟ୍‌ ନେଇଛନ୍ତି।

ଏହା ବ୍ୟତିରେକେ, ଅଷ୍ଟ୍ରେଲିଆ ଜିଣିଥିବା ୨ଟି ବିଶ୍ବକପ୍‌ରେ ମଧ୍ୟ ତାଙ୍କର ଅବଦାନ ଥିଲା। ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ‘କ୍ରିକେଟ୍‌ ଅଷ୍ଟ୍ରେଲିଆ’ର ଅଧ୍ୟକ୍ଷ ଲାଚ୍‌ଲାନ୍‌ ହେଣ୍ଡର୍‌ସନ୍‌ ଦେଇଥିବା ବିବୃତିରେ କହିଛନ୍ତି: ଅଷ୍ଟ୍ରେଲୀୟ କ୍ରିକେଟ୍‌ ତା’ର ଆଉ ଜଣେ ପାରଦର୍ଶୀଙ୍କୁ ହରାଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe