Deccan News
ମେଲ୍ବର୍ଣ୍ଣ: ଜଣେ ପୂର୍ବତନ ଅଷ୍ଟ୍ରେଲିଆର ଜଣେ କ୍ରିକେଟର୍ଙ୍କ ବିରୋଧରେ ଶିଶୁ ନିର୍ଯାତନା ଅଭିଯୋଗ ଆସିଛି। ରାଜ୍ୟ କ୍ରିକେଟ୍ରେ ତାସମାନିଆ, ବିଗ୍ ବାସ ଲିଗ୍ରେ ହୋବାର୍ଟ ହରିକେନ୍ସ ଏବଂ ଆବୁଧାବି ଟି-୧୦ ଲିଗ୍ରେ ଖେଳୁଥିବା ଅଭିଯୁକ୍ତ ଅରୋନ ସମର୍ସଙ୍କୁ ଦୁଇଟି ଅଭିଯୋଗରେ ଅଦାଲତରେ ହାଜର କରାଯାଇଛି। ‘‘୨୫ ବର୍ଷୀୟ ସମର୍ସଙ୍କ ନର୍ଦନ ଟେରିଟୋରିର ଦରୱିନ ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ତାଙ୍କ ମୋବାଇଲରେ ଶିଶୁ ନିର୍ଯାତନା ଭିଡିଓ ଥିବା ପୁଲିସର ଅଭିଯୋଗ କରିଥିଲା।’’ ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଦ୍ରୁତ ବୋଲର ସମର୍ସ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଦ୍ବାରା ଆୟୋଜିତ ଏନ୍ଟି କ୍ରିକେଟ୍ ୩୬୫ ପ୍ରତିଯୋଗିତାରେ ଖେଳୁଥିଲେ।
‘‘ଏହି ଘଟଣା ଏନ୍ଟି କ୍ରିକେଟ୍ ୩୬୫କୁ ଆସିବା ପରେ ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ସଂପ୍ରତି ପୁଲିସ ଏହାର ତଦନ୍ତ କରୁଛି।’’ ବୋଲି ସିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଶିଶୁ ନିର୍ଯ୍ୟାତନା ଆଇନ ବଳରେ ତାଙ୍କୁ ଶୁକ୍ରବାର ଅପରାହ୍ଣରେ ଫାନି ବେ’ଠାରୁ ଗିରଫ କରାଯାଇଥିଲା ଏବଂ ତାଙ୍କ ମୋବାଇଲ ଜବତ କରାଯାଇଛି ବୋଲି ପୁଲିସ କହିଛି।
Follow Us