ଭାରତୀୟ ପ୍ରଶଂସକଙ୍କ ବହୁଳ ଉପସ୍ଥିତି ପାଇଁ ଦି ଓଭାଲ ଗ୍ୟାଲେରି ରବିବାର ନୀଳ ରଙ୍ଗରେ ରଙ୍ଗାୟିତ ହୋଇଥିଲା। ସେହି ତୁଳନାରେ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ଉପସ୍ଥିତି ଢେର କମ୍ ଥିଲା। ଯାହାକୁ ନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ କଟାକ୍ଷ କରିଥିଲେ। ଟସ୍ ପରେ ପରେ ସେ ଟ୍ବିଟ୍ କରିଥିଲେ ଯେ ମୁଁ ଓଭାଲରେ ମାତ୍ର ୩୩ ଜଣ ଅଷ୍ଟ୍ରେଲୀୟ ସମର୍ଥକଙ୍କୁ ଦେଖୁଛି। ସେଥିମଧ୍ୟରେ କଙ୍ଗାରୁ ଖେଳାଳି ଏବଂ ସହାୟକ ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ। କେତେକ ଭାରତୀୟ ପ୍ରଶଂସକ ତାଙ୍କ ଟ୍ବିଟ୍କୁ ‘ଲାଇକ୍’ କରିଥିଲେ। ଅଷ୍ଟ୍ରେଲୀୟ ପ୍ରଶଂସକ କିନ୍ତୁ ଭାରତୀୟ ଜନସଂଖ୍ୟାର ଦ୍ବାହି ଦେଇ ନିଜ ଦଳର ପ୍ରଶଂସକଙ୍କ ସମର୍ଥନ କରିଥିଲେ। ଜଣେ କଙ୍ଗାରୁ ସମର୍ଥକ ଟ୍ବିଟ୍ କରିଥିଲେ ଯେ ସେମାନେ ୧୩୦ କୋଟି, ଆମେ ୨ କୋଟି। ତାଙ୍କର ଏହି ଟ୍ବିଟ୍କୁ ମଧ୍ୟ ଢେର ‘ଲାଇକ୍’ ମିଳିଥିଲା।
ଓଭାଲରେ ହାତଗଣତି ଅଷ୍ଟ୍ରେଲିଆ ପ୍ରଶଂସକ, ଭନ୍ଙ୍କ କଟାକ୍ଷ
Advertisment
Follow Us