ଅଷ୍ଟ୍ରେଲିଆ ମୁଖ୍ୟ ପ୍ରଶିକ୍ଷକ ଲାଙ୍ଗରଙ୍କ ଇସ୍ତଫା

Advertisment
ଅଷ୍ଟ୍ରେଲିଆ ମୁଖ୍ୟ ପ୍ରଶିକ୍ଷକ ଲାଙ୍ଗରଙ୍କ ଇସ୍ତଫା

India.com

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର ଶନିବାର ପଦ ଛାଡ଼ି ଦେଇଛନ୍ତି। ସେ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଏବଂ ଏହାକୁ ତତ୍‌କାଳ ଗ୍ରହଣ କରିନେବାକୁ କହିଛନ୍ତି। ଲାଙ୍ଗରଙ୍କ ଇସ୍ତଫା ସଂପର୍କରେ ତାଙ୍କ ମ୍ୟାନେଜମେଣ୍ଟ ଫାର୍ମ ଶନିବାର ସାଧାରଣରେ ପ୍ରକାଶ କରିଛି। ଗତ ସଂଧ୍ୟାରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ପଦାଧିକାରୀଙ୍କ ସହ ଲମ୍ବା ଆଲୋଚନା ପରେ ଲାଙ୍ଗର ଇସ୍ତଫା ଦେଇଛନ୍ତି। ତାଙ୍କ ଚୁକ୍ତି ମିଆଦ ବୃଦ୍ଧି ନେଇ ବୋର୍ଡ ସହ ବୈଠକରୁ ସେଭଳି କିଛି ନିର୍ଯ୍ୟାସ ମିଳିନଥିଲା। ବୈଠକରେ ତାଙ୍କୁ ଏକ ସ୍ବଳ୍ପକାଳୀନ କାର୍ଯ୍ୟକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏପରିକି ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଲାଙ୍ଗରଙ୍କ ସହ ଗୋପନ ଆଲୋଚନା ଜାରି ରହିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ ନିକ୍‌ ହକ୍‌ଲେ କହିଥିଲେ। ହେଲେ ଏହି ପ୍ରସ୍ତାବକୁ ଗ୍ରହଣ ନକରି ଲାଙ୍ଗର ଇସ୍ତଫା ସମର୍ପି ଦେଇଥିଲେ।

ଏଥି ସହିତ ୨୦୧୮ ମେ’ ମାସରେ ଡାରେନ୍‌ ଲେମାନ୍‌ଙ୍କଠାରୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିବା ଲାଙ୍ଗରଙ୍କ ୪ ବର୍ଷର ସଫଳ କାର୍ଯ୍ୟକାଳ ଶେଷ ହୋଇଯାଇଛି। ତାଙ୍କ କାର୍ଯ୍ୟକାଳ ଅବସରରେ ଅଷ୍ଟ୍ରେଲିଆ ୫-୦ରେ ଆସେସ୍‌ ମୂଳପୋଛ ବିଜୟ ହାସଲ କରିଥିଲା ବେଳେ ଟି-୨୦ ବିଶ୍ବକପ୍‌ ବିଜେତା ମଧ୍ୟ ହୋଇଥିଲା। ଲାଙ୍ଗରଙ୍କ କାର୍ଯ୍ୟକାଳ ଅଷ୍ଟ୍ରେଲିଆ ଦଳ ପାଇଁ ଚମତ୍କାର ଥିଲା। ଦଳ ପ୍ରତି ତାଙ୍କର ଆସ୍ଥା ରହିଥିଲା ଏବଂ ତାଙ୍କ ଆଧିପତ୍ୟ ସ୍ବାଗତଯୋଗ୍ୟ ଥିଲା ବୋଲି ହକ୍‌ଲେ କହିଛନ୍ତି। ଆମେ ତାଙ୍କ ସଫଳତା ପାଇଁ ଅତିମାତ୍ରାରେ ଗର୍ବିତ। ହେଲେ ପଦ ବଜାୟ ରଖିବା ବିରୋଧରେ ନିଷ୍ପତ୍ତି ନେଇଥିବାରୁ ବାସ୍ତବରେ ଦୁଃଖିତ। ତଥାପି ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ଏବଂ ତାଙ୍କ ଉଜ୍ଜଳ ଭବିଷ୍ୟତ କାମ‌ନା କରୁଛି ବୋଲି ହକ୍‌ଲେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe