ମେଲବର୍ଣ୍ଣ: ବେଲଜିୟମର ଏଲିସ୍ ମର୍ଟେନ୍ସ ଓ ଚୀନର ଝାଙ୍ଗ୍ ସୁଇ ଯୁଗଳ ବର୍ଗରେ ଅଷ୍ଟ୍ରେଲିଆନ୍ ଓପନ୍ ବିଜୟୀ ହୋଇଛନ୍ତି। ଶନିବାର ସେମାନେ କାଜାଖସ୍ତାନର ଆନ୍ନା ଡାନିଲିନା ଓ ସର୍ବିୟାର ଆଲେକସାଣ୍ଡ୍ରା କ୍ରୁନିକଙ୍କୁ ୭-୬, ୬-୪ରେ ପରାସ୍ତ କରିଛନ୍ତି।
ମର୍ଟେନ୍ସ ବିଶ୍ବର ଏବେ ବିଶ୍ବର ନଂ୬ ମାନ୍ୟତାପ୍ରାପ୍ତ ମହିଳା ଯୁଗଳ ଖେଳାଳି ହୋଇଥିବାବେଳେ ଏହି ବିଜୟ ପରେ ସେ ନଂ୧ ସ୍ଥାନକୁ ଉନ୍ନୀତ ହେବାର ସମ୍ଭାବନା ରହିଛି। ସେ ଗତ ବର୍ଷ ଭେରୋନିକା କୁଦରମେଟୋଭାଙ୍କ ସହ ଯୋଡ଼ି ହୋଇ ଓ୍ବିମ୍ବିଲଡନ୍ ମହିଳା ଯୁଗ​ଳ ଜିତିଥିଲେ।
ମର୍ଟେନ୍ସ-ସୁଇ ଯୋଡ଼ି ଗତ ୨୦୨୨ର ଓ୍ବିମ୍ବିଲଡନ୍ ଫାଇନାଲ୍ ଖେଳିଥିବାବେଳେ ଡାନିଲିନା-କ୍ରୁନିକ୍ ଯୋଡ଼ି ଗତ ବର୍ଷ ଫ୍ରେଞ୍ଚ୍ ଓପନ ଫାଇନାଲ୍ ଖେଳି ଉପବିଜେତା ହୋଇଥିଲେ। ଆଜିର ବିଜୟ ହେଉଛି ମାର୍ଟେନ୍ସଙ୍କ ୬ଷ୍ଠ ଯୁଗ​ଳ ଗ୍ରାଣ୍ଡସ୍ଲାମ୍ ଟାଇଟେଲ୍। ଏହା ମଧ୍ୟରୁ ସେ ୨୦୨୧ ଓ ୨୦୨୪ରେ ଅଷ୍ଟ୍ରେଲିଅନ୍ ଓପନ ମହିଳା ଯୁଗ​ଳ ଜିତିଥିଲେ। ସେହିପରି ସୁଇଙ୍କର ଏହା ଦ୍ବିତୀୟ ଅଷ୍ଟ୍ରେଲିଆନ୍ ଓପନ୍। ପୂର୍ବରୁ ୨୦୧୯ରେ ସେ ସାମାନ୍ଥା ସ୍ତୋସୁରଙ୍କ ସହ ମିଶି ମହିଳା ଯୁଗଳରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ।
ପୁରୁଷ ଯୁଗଳ ଜିତିଲେ ହାରିସନ୍ ଓ ସ୍କୁପସ୍କି
କ୍ରିଷ୍ଟିଆନ୍ ହାରିସନ ଓ ନିଲ୍ ସ୍କୁପସ୍କି ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ବର୍ଗରେ ଅଷ୍ଟ୍ରେଲିଆନ୍ ଓପନ ଜିତିଛନ୍ତି । ସେମାନେ ଅଷ୍ଟ୍ରେଲିଆର ଜାସନ କୁବଲର୍ ଓ ମାର୍କ ପଲ୍ସମ୍ୟାନଙ୍କୁ ୭-୬ ଓ ୬-୪ରେ ପରାସ୍ତ କରିଥିଲେ।
Follow Us