ଆଇପିଏଲ୍‌ ପରେ ଭାରତୀୟ ଦଳ ସହ ଲଣ୍ଡନ୍‌ ଯିବେ ଅଷ୍ଟ୍ରେଲିଆ ଖେଳାଳି!

Advertisment
ଆଇପିଏଲ୍‌ ପରେ ଭାରତୀୟ ଦଳ ସହ ଲଣ୍ଡନ୍‌ ଯିବେ ଅଷ୍ଟ୍ରେଲିଆ ଖେଳାଳି!

Asianet News English

ନୂଆଦିଲ୍ଲୀ : ଆଇପିଏଲ୍‌ ଶେଷ ହେବା ପରେ ବିଦେଶୀ ଖେଳାଳିମାନଙ୍କର ଘର ବାହୁଡ଼ା ନେଇ ଏବେଠାରୁ ଚିନ୍ତା ବଢ଼ିଲାଣି। ଆଇପିଏଲ୍‌ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ବେଳେ ସମାନ ଚାଟାର୍ଡ ଫ୍ଲାଇଟରେ ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଖେଳାଳି ବି ଯାତ୍ରା କରିବାର ସମ୍ଭାବନା ରହିଛି। ଏଭଳି ସମ୍ଭାବନା ଥିଲେ ଯାତ୍ରା କରିବାରେ କିଛି ଅସୁବିଧା ନାହିଁ ବୋଲି ତାରକା ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପ୍ରକାଶ କରିଛନ୍ତି।

ଭାରତରେ କୋଭିଡ୍‌ ସଂକ୍ରମଣ ଆକାଶଛୁଆଁ ହୋଇଥିବାରୁ ଅଷ୍ଟ୍ରେଲିଆ ସରକାର ଭାରତରୁ ଯାଉଥିବା ବିମାନ ଉପରେ କଟକଣା ଲାଗୁ କରିଛନ୍ତି। ସମସ୍ତ ପ୍ରକାର ବ୍ୟାବସାୟିକ ବିମାନକୁ ବନ୍ଦ କରିଦିଆଯାଇଛି। ମେ’ ମାସ ଶେଷ ସପ୍ତାହ ବେଳକୁ ବିସିସିଆଇ ଯାତ୍ରା ସୂଚୀ ଚୂଡାନ୍ତ କରିବା ପୂର୍ବରୁ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବ ବୋଲି ଜଣେ ବରିଷ୍ଠ ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆଇପିଏଲ୍‌ ପରେ ଭାରତ, ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ ଖେଳାଳି ଲଣ୍ଡନ୍‌ ଫେରିବା ବେଳେ ସମାନ ବିମାନରେ ଆମେ ଯାତ୍ରା କରିପାରିବୁ। ‌ସେଠାରୁ ଅଷ୍ଟ୍ରେଲିଆ ଫେରିବାର ବିକଳ୍ପ ଦେଖିବୁ ବୋଲି ମ୍ୟାକ୍ସୱେଲ୍‌ ଶୁକ୍ରବାର ଏକ ଅଲୋଚନା ବେଳେ ପ୍ରକାଶ କରିଛନ୍ତି। ବିବିସିଆଇ ପାଖରେ ଅନେକ ବିକଳ୍ପ ରହିଛି ବୋଲି ମଧ୍ୟ କୋଷାଧ୍ୟକ୍ଷ ଅରୁଣ ଧୂମାଲ ପ୍ରକାଶ କରିଛନ୍ତି। ବିଭିନ୍ନ ଦେଶର ବିମାନଯାତ୍ରା କଟକଣାକୁ ନଜରରେ ରଖି ଯୋଜନା କରାଯିବ ବୋଲି ସେ କହିଛନ୍ତି। ୧୪ ଜଣ ଅଷ୍ଟ୍ରେଲିଆ ଖେଳାଳି ଏବେ ଆଇପିଏଲ୍‌ରେ ଖେଳୁଛନ୍ତି। କେତେକ ମଧ୍ୟ ପରିବାର ସହ ଆସିଛନ୍ତି। ଆଇପିଏଲ୍‌ ଶେଷ ହେବା ମାତ୍ରେ ସେମାନେ କିଭଳି ସ୍ବଦେଶ ଫେରିବେ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ବିସିସିଆଇ ସେମାନଙ୍କ ସମସ୍ତ ବ୍ୟବସ୍ଥା କରିବ ବୋଲି ଅଭୟ ବାଣୀ ଶୁଣାଇ ସାରିଛି।

କଟକଣା ଲାଗୁ ପୂର୍ବରୁ ୩ ଅଷ୍ଟ୍ରେଲୀୟ ଖେଳାଳି କେନ୍‌ ରିଚାର୍ଡସନ, ଆଦାମ ଜାମ୍ପା, ଆଣ୍ଡ୍ରିଉ ଟାଇ ଆଇପିଏଲ୍‌ ଛାଡ଼ି ସ୍ବଦେଶ ଫେରିଯିବାରେ ସକ୍ଷମ ହୋଇଛନ୍ତି। ଅନ୍ୟ କିଛି ଖେଳାଳି ଓ ଅମ୍ପାୟାର୍‌ ମଧ୍ୟ ଫେରିବାକୁ ଚାହୁଁଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କେବଳ ଆଇପିଏଲ୍‌ ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ସୁବିଧାରେ ସ୍ବଦେଶ ଫେରାଇନେବା ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖାନ କରି ଦେଇଥିଲେ। କାରଣ କେବଳ କ୍ରିକେଟର୍‌ ନୁହଁନ୍ତି ପ୍ରାୟ ୫୦୦୦ ଅଷ୍ଟ୍ରେଲୀୟ ଏବେ ଭାରତରେ ଅଛନ୍ତି। ମେ’ ୧୫ ପରେ ସ୍ଥିତି ବଦଳିଥିଲେ କଟକଣା କୋହଳ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe