ଡବ୍ଲୁଟିସି ଫାଇନାଲ୍‌ରେ କୋହଲି, ପୂଜାରାଙ୍କୁ ରୋକିବାକୁ ଅଷ୍ଟ୍ରେଲିଆର ସ୍ବତନ୍ତ୍ର ରଣନୀତି

Advertisment

ସ୍ମିଥ୍‌, ଲବୁସାନ୍‌ଙ୍କୁ ଶୀଘ୍ର ଆଉଟ୍‌ କଲେ ଭାରତ ସ୍ଥିତି ଦୃଢ ରହିବ: ଫିଞ୍ଚ୍‌

ସ୍ମିଥ୍‌, ଲବୁସାନ୍‌ଙ୍କୁ ଶୀଘ୍ର ଆଉଟ୍‌ କଲେ ଭାରତ ସ୍ଥିତି ଦୃଢ ରହିବ: ଫିଞ୍ଚ୍‌

ଡବ୍ଲୁଟିସି ଫାଇନାଲ୍‌ରେ କୋହଲି, ପୂଜାରାଙ୍କୁ ରୋକିବାକୁ ଅଷ୍ଟ୍ରେଲିଆର ସ୍ବତନ୍ତ୍ର ରଣନୀତି

ଲଣ୍ଡନ : ଡବ୍ଲୁଟିସି ଫାଇନାଲ୍‌ରେ ଭାରତକୁ ନିଜ କବ୍‌ଜାରେ ରଖିବାକୁ ହେଲେ ଟେଷ୍ଟ ବିଶେଷଜ୍ଞ ଚେତେଶ୍ବର ପୂଜାରା ଓ ଜବରଦସ୍ତ ଲୟରେ ଥିବା ବିରାଟ କୋହଲିଙ୍କୁ ରୋକିବାକୁ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ କହିଛନ୍ତି। ସେହିପରି ଭାରତକୁ ତାହାର ସ୍ଥିତି ମଜବୁତ୍‌ ରଖିବାକୁ ହେଲେ ଷ୍ଟିଭ୍‌ ସ୍ମିଥ୍‌ ଓ ମାର୍ନସ ଲବୁସାନ୍‌ଙ୍କୁ ଶୀଘ୍ର ଆଉଟ୍‌ କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ପୂଜାରା ନିକଟରେ ଇଂଲିଶ କାଉଣ୍ଟି ଚାମ୍ପିଅନ୍‌ସିପ୍‌ରେ ନିୟମିତ ଖେଳି ଆସୁଥିବାରୁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସେ ଏଠାକାର ପରିବେଶ ସହ ଖାପ୍‌ ଖୁଆଇ ସାରିଛନ୍ତି। ଗତ ଏପ୍ରିଲ୍‌ରୁ ପୂଜାରା ସସେକ୍ସ ପାଇଁ ୮ ପାଳିରୁ ୫୪୫ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ତିନି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ସେ ଖେଳିଥିବା ୨୪ ଟେଷ୍ଟରୁ ୫ ଶତକ ସହ ୫୦.୮୨ ହାରରେ ୨୦୩୩ ରନ୍‌ ସଂଗ୍ରହ କରିବା ରେକର୍ଡ ରଖିଛନ୍ତି। ସେହିପରି କୋହଲି ମଧ୍ୟ ଭଲ ଲୟରେ ଖେଳିଆସୁଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଆଇପିଏଲ୍‌ ଓ ପୁଣି ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ବଜାୟ ରଖିବା ଦିଗରେ ସେ ଧ୍ୟାନ ଦେଉଛନ୍ତି। ଗତ ଆଇପିଏଲ୍‌ରେ ଆର୍‌ସିବି ପାଇଁ ଦୁଇ ଶତକ ସହ ୬ ଅର୍ଦ୍ଧଶତକ ମାରିଛନ୍ତି କୋହଲି। ଅଷ୍ଟ୍ରେଲିଆ ସହିତ କୋହଲି ମଧ୍ୟ ୨୪ ଟେଷ୍ଟ ଖେଳିଥିଲା ବେଳେ ୮ ଶତକ ଓ ୫ ଅର୍ଦ୍ଧଶତକ ସହ ୪୮.୨୬ ହାରେ ୧୯୭୯ ରନ୍‌ ସଂଗ୍ରହ କରିଛନ୍ତି। ଅହମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ମାରିଥିବା ୧୮୬ ରନ୍‌କୁ ଫିଞ୍ଚ୍‌ ପ୍ରଶଂସା କରିବା ସହ ସେ ଜଣେ ନିର୍ଭିକ କ୍ରିକେଟର ବୋଲି କହିଥିଲେ।

ଅନ୍ୟପକ୍ଷରେ ଜୋସ୍‌ ହାଜଲଉଡ୍‌ଙ୍କ ଆହତ ଅଷ୍ଟ୍ରେଲିଆ ପାଇଁ ବଡ଼ ଝଟ୍‌କା ବୋଲି ଫିଞ୍ଚ୍‌ ମତ ଦେଇଛନ୍ତି। ତଥାପି ଆସେସ୍‌ ଶୃଙ୍ଖଳା ପୂର୍ବରୁ ସେ ସୁସ୍ଥ ହୋଇଯିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହିତ ୧୦୬ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।‌ ସେଥିମଧ୍ୟରୁ ଭାରତ ୩୨ ମ୍ୟାଚ୍‌ ଓ ଅଷ୍ଟ୍ରେଲିଆ ୪୪ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ୨୯ ମ୍ୟାଚ୍‌ ଅମୀମାଂସିତ ଓ ଗୋଟିଏ ଟାଇ ରହିଛି। ଉଭୟ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ଗତ ୩ ଶୃଙ୍ଖଳା (ବର୍ଡର-ଗାଭାସ୍କର ଟ୍ରଫି)ରେ ଭାରତର ଆଧିପତ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe