ଅଟୋଚାଳକରୁ ଈରାନୀ କପ୍‌ ବିଜେତା ଜୁନୈଦ

ଈରାନୀ କପ୍‌ରେ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ‌ପଦାର୍ପଣ କରିଥିବା ମୁମ୍ବାଇର ଯୁବ ଦ୍ରୁତ ବୋଲର ଜୁନୈଦ ଖାନ୍‌ ଆରମ୍ଭରୁ ନିଜ ଚମକ ଛାଡ଼ିଛନ୍ତି। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମୁମ୍ବାଇ ବିଜେତା ହୋଇଛି। ସେ ମଧ୍ୟ ପଦାର୍ପଣରେ ଈରାନୀ କପ୍‌ ବିଜେତା ଦଳର ସଦସ୍ୟ ହେବାର ଗୌରବ ପାଇଛନ୍ତି।

fshfhfhfh

ନୂଆଦିଲ୍ଲୀ: ଈରାନୀ କପ୍‌ରେ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ‌ପଦାର୍ପଣ କରିଥିବା ମୁମ୍ବାଇର ଯୁବ ଦ୍ରୁତ ବୋଲର ଜୁନୈଦ ଖାନ୍‌ ଆରମ୍ଭରୁ ନିଜ ଚମକ ଛାଡ଼ିଛନ୍ତି। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମୁମ୍ବାଇ ବିଜେତା ହୋଇଛି। ସେ ମଧ୍ୟ ପଦାର୍ପଣରେ ଈରାନୀ କପ୍‌ ବିଜେତା ଦଳର ସଦସ୍ୟ ହେବାର ଗୌରବ ପାଇଛନ୍ତି। ଉତ୍ତରପ୍ରଦେଶ କନୌଜର ଜୁନୈଦଙ୍କର କ୍ରିକେଟ୍‌କୁ ଆସିବା ସହଜ ନଥିଲା। କିଶୋର ବୟସରେ କ୍ରିକେଟ୍‌ ସ୍ବପ୍ନ ନେଇ ନୁହେଁ ନିଜର ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଚାଲି ଆସିଥିଲେ ସେ। ସେଠାରେ ପହଞ୍ଚି ପ୍ରଥମେ ଏକ ପୋଷାକ ତିଆରି କାରଖାନାରେ କାମ କଲେ। କିଛି ଦିନ‌ ପରେ ନାବାଳକ ବୟସରେ ଅଟୋ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ଏହି ସମୟରେ କ୍ରିକେଟ୍‌ ତାଙ୍କ ପାଇଁ ଦୂର ସ୍ବପ୍ନ ଥିଲା।

ମୋଡ଼ ବଦଳାଇଲା ସଂଜୀବନୀ କ୍ରିକେଟ୍‌ ଏକାଡେମି 
ମୁମ୍ବାଇର ପୂର୍ବତନ ୱିକେଟ୍‌ରକ୍ଷକ ମନୀଷ ବାଙ୍ଗେରାଙ୍କ ଦ୍ୱାରା ପରିଚାଳିତ ସଞ୍ଜୀବନୀ କ୍ରିକେଟ୍ ଏକାଡେମି ଜୁନୈଦଙ୍କୁ ପ୍ରଥମେ ଚିହ୍ନଟ କରିବା ପରେ ତାଙ୍କ ଭାଗ୍ୟ ବଦଳିଲା। ଚମଡ଼ା-ବଲ୍ କ୍ରିକେଟ୍ ସହିତ ତାଙ୍କର ସୀମିତ ଅଭିଜ୍ଞତା ସତ୍ତ୍ବେ ଜୁନୈଦଙ୍କ ପ୍ରତିଭା ବାଙ୍ଗେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଜୁନୈଦଙ୍କୁ ଖେଳିବାକୁ ଉତ୍ସାହିତ କରିଥିଲେ। ଏହାପରଠୁ ଜୁନୈଦଙ୍କ ପେସାଗତ କ୍ରିକେଟ୍‌ ଯାତ୍ରା ଆରମ୍ଭ ହୋଇଥିଲା। ହେଲେ ଏହା ‌ଏତେ ସହଜ ନଥିଲା। ଅର୍ଥାଭାବ ତାଙ୍କ ଗୋଡ଼ ଟାଣିଥିଲା।  ଜୋତାଟିଏ ବି କିଣିବାର ତାଙ୍କର ସକ୍ଷମ ନଥିଲା। ଏହି ସବୁ ଆହ୍ବାନ ବେଳେ ତାଙ୍କୁ କିଛି ଶୁଭେଚ୍ଛୁ ଓ ପରାମର୍ଶଦାତାଙ୍କ ସମର୍ଥନ ମିଳିବାରୁ ଆଗକୁ ବଢ଼ିଲେ। ମୁମ୍ବାଇ ଆଖପାଖ ସ୍ଥାନୀୟ ପ୍ରତିଯୋଗିତାରେ ସେ ଖେଳି ନିଜକୁ ଶାଣିତ କଲେ।

ଅଭିଷେକ ନାୟାରଙ୍କ ଚିହ୍ନଟ
ଜୁନୈଦ ପିଜେ ହିନ୍ଦୁ ଜିମ୍‌ଖାନା ପକ୍ଷରୁ ‌ପୁଲିସ ସିଲ୍ଡ ପ୍ରତିଯୋଗିତାରେ ଖେଳୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଅଭିଷେକ ନାୟାରଙ୍କ ନଜରକୁ ଆସିଥିଲେ। ତାଙ୍କ ବୋଲିଂ ପ୍ରଦର୍ଶନ ନାୟାରଙ୍କୁ ପ୍ରଭାବିତ କରିଥିଲା। ନେଟ୍‌ ବୋଲର ଭାବେ କୋଲ୍‌କାତା ନାଇଟ୍‌ ରାଇଡର୍ସରେ ଯୋଗ ଦେବାକୁ ନ‌ାୟର ତାଙ୍କୁ କହିଲେ। ଏହି ସୁଯୋଗ ହାତଛଡ଼ା ନକରି ଅଭିଜ୍ଞତା ହାସଲ କଲେ। ବୁଚି ବାବୁ ଓ କେଏସ୍‌ସିଏ ପ୍ରତିଯୋଗିତାରେ ସେ ଲଗାତାର ଭଲ ପ୍ରଦର୍ଶନ ଜାରି ରଖି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଇରାନୀ କପ୍‌ରେ ମୁମ୍ବାଇ ଦଳରେ ସ୍ଥାନ ପାଇଲେ।

ସ୍ବପ୍ନ ସାକାର ପାଇଁ ଶୋଇ ପାରିନଥିଲେ
ଅବଶିଷ୍ଟ ଭାରତ ବିପକ୍ଷ ଈରାନୀ କପ୍‌ ଫାଇନାଲ୍‌ ପୂର୍ବରୁ ସେ ପଦାର୍ପଣ କରିବେ ବୋଲି ଜାଣିବାକୁ ପାଇଲେ। ଏତେ ଉତ୍ସାହିତ ହୋଇଥିଲେ ‌ଯେ ରାତି ସାରା ‌ଶୋଇ ପାରି ନଥିଲେ, କିନ୍ତୁ ତାଙ୍କ ଧ୍ୟାନ ଏହି ସ୍ବପ୍ନର ବଡ଼ ଦିନ ଉପରେ ଥିଲା। ପ୍ରଥମ ଶ୍ରେଣୀ ଜୀବନ ପଦାର୍ପଣରେ ସେ ଅବଶିଷ୍ଟ ଭାରତର ଅଧିନାୟକ ତଥା ତାରକା ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ୍‌ଙ୍କୁ ନିଜର ପ୍ରଥମ ସ୍ପେଲ୍‌ରେ ଆଉଟ୍‌ କରିଥିଲେ। ଏହି ସଫଳତା ପରେ ଜୁନୈଦ କହିଥିଲେ, ମୁଁ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ୍‌ ଖେଳିବି ବୋଲି ଶୋଇ ପାରି ନଥିଲି। ଋତୁରାଜଙ୍କ ୱିକେଟ୍‌ ବୋନସ ଥିଲା। ମୁମ୍ବାଇ ଜର୍ସି ପିନ୍ଧିବା ସ୍ବପ୍ନ ଭଳି ଲାଗିଥିଲା। ସୂଚନାଯୋଗ୍ୟ ଯେ ଅବଶିଷ୍ଟ ଭାରତକୁ ୧୨୧ ରନ୍‌ରେ ହରାଇ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ ମୁମ୍ବାଇ ୨୭ ବର୍ଷ ପରେ ଈରାନୀ କପ୍‌ ଜିତିଛି। ଜୁନୈଦଙ୍କ ପଦାର୍ପଣ ଏବଂ ଅଲ୍‌ରାଉଣ୍ଡର ତନୁଷ କୋଟିଆନ୍‌ଙ୍କ ଶତକ ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe