ଅଟୋ ଚାଳକଙ୍କ ପୁଅକୁ ବୋଲ୍ଟଙ୍କ ସହ ଅଭ୍ୟାସ ସୁଯୋଗ

ଅଟୋ ଚାଳକଙ୍କ ପୁଅକୁ ବୋଲ୍ଟଙ୍କ ସହ ଅଭ୍ୟାସ ସୁଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ବଡ ବାଗ ବସ୍ତିରେ ରହୁଥିବା ନିସାର ଅହମ୍ମଦଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ଖୁସି ମିଳି ଯାଇଛି। ନିଜ ଆଦର୍ଶ ତଥା ଜାମାଇକାର କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କ କ୍ଲବ୍‌ରେ ଅଭ୍ୟାସ କରିବାର ସୁଯୋଗ ତାଙ୍କୁ ମିଳି ଯାଇଛି। ଏକ ଗରିବ ପରିବାରରୁ ଆସିଥିବା ନିସାରଙ୍କ ବାପା ଜଣେ ଅଟୋ ଚାଳକ ହୋଇଥିଲା ବେଳେ ମା’ ଘରୋଇ ପରିଚାରିକା। ଅର୍ଥାଭାଗ କିନ୍ତୁ ତାଙ୍କ ଗୋଡ଼କୁ ଟାଣି ପାରି ନାହିଁ। ଗେଲ୍‌ ଇଣ୍ଡିଆ ଏବଂ ଆଙ୍ଗଲିଆନ୍‌ ମେଡାଲ ହଣ୍ଟ୍‌ କଂପାନି ପକ୍ଷରୁ ଆୟୋଜିତ ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମରେ ସଫଳ ହୋଇ ନିସାର ୪ ସପ୍ତାହ ପାଇଁ କିଙ୍ଗଷ୍ଟନରେ ଥିବା ପ୍ରତିଷ୍ଠିତ ଟ୍ରାକ୍‌ ଆଣ୍ଡ ଫିଲ୍ଡ କ୍ଲବ୍‌ ରେସର୍ସ ଟ୍ରାକ୍‌ କ୍ଲବରେ ଅଭ୍ୟାସ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ୧୬ ବର୍ଷୀୟ ନିସାର ଏଥିନେଇ ବେଶ୍‌ ଖୁସି ଅଛନ୍ତି।

ନୂଆଦିଲ୍ଲୀର ଅଶୋକ ବିହାର ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ନିସାରଙ୍କ ନାଁରେ ଦୁଇଟି ଜାତୀୟ କନିଷ୍ଠ କୀର୍ତ୍ତିମାନ ରହିଛି। ଟିଣ ଛାତ ଥିବା ଏବଂ ୧୦ଫୁଟ ଗୁଣା୧୦ଫୁଟ ଆକାରର ଛୋଟିଆ କୋଠରିରେ ଜୀବନ ବିତାଇବାକୁ ବାଧ୍ୟ ହେଉଥିବା ନିସାର ଆଗାମୀ ସମୟରେ ଭାରତର ଦ୍ରୁତତମ ଧାବକ ହୋଇ ବାହରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ସହ କେରଳ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ଦିଲ୍ଲୀର ମୋଟ ୧୪ ଜଣ ପ୍ରତିଭାବାନ ଧାବକଙ୍କୁ ରେସର୍ସ ଟ୍ରାକ୍‌ କ୍ଲବ୍‌ରେ ପ୍ରଶିକ୍ଷଣ ନେବାର ସୁଯୋଗ ମିଳିଛି। ଏହି ଖେଳାଳିମାନଙ୍କୁ ସାରା ଦେଶରୁ ବଛା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe