Republic World
ଅହମଦାବାଦ: ସୋମବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅକ୍ଷର ପଟେଲ ୫୦ ତମ ଟେଷ୍ଟ୍ ୱିକେଟ୍ ପୂରଣ କରିଛନ୍ତି। ସ୍ବଳ୍ପ ବଲ୍ ବୋଲିଂ କରି ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ଅକ୍ଷର ଦ୍ରୁତତମ ଭାରତୀୟ ହୋଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦିନରେ ଅକ୍ଷର ୫୧ ତମ ଓଭର ବୋଲିଂ କରୁଥିବା ବେଳେ ଟ୍ରାଭିସ୍ ହେଡ୍ଙ୍କ ୱିକେଟ୍ ଦଖଲ କରିଥିଲେ। ଏହାଫଳରେ ପୂର୍ବରୁ ଦ୍ରୁତତମ ଆଖ୍ୟା ପାଇଥିବା ଯଶପ୍ରୀତ ବୁମ୍ରା (୨୪୬୫ ବଲ୍) ଙ୍କୁ ଅକ୍ଷର (୨୨୦୫ ବଲ୍) ପଛରେ ପକାଇଦେଇଥିଲେ। ଏହି ଶୃଙ୍ଖଳାରେ ଅକ୍ଷର ଅତି ସାଧାରଣ ବୋଲିଂ କରିଥିବା ଦେଖାଯାଇଛି। ଅବଶ୍ୟ ସୀମିତ ସୁଯୋଗ ପାଇଥିଲେ। ୪ ମ୍ୟାଚ୍ରେ ୬୦.୩୩ ହାରରେ ମାତ୍ର ୩ ୱିକେଟ୍ ନେଇଥିଲେ ବି ବ୍ୟାଟ୍ରେ କମାଲ ଦେଖାଇଥିଲେ। ୫ ପାଳିରେ ୮୮.୦୦ ହାରରେ ସେ ୨୬୪ ରନ୍ ସଂଗ୍ରହ କରିଥିଲେ। ଉସମାନ ଖୱାଜା ଓ ବିରାଟ କୋହଲିଙ୍କ ପରେ ଶୃଙ୍ଖଳାରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇପାରିଛନ୍ତି।
Follow Us