ମୁମ୍ବାଇ: ଗୁଜରାଟ ଜାଏଣ୍ଟସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ରେ ମଙ୍ଗଳବାରର ଏକ ଆଲୋଡ଼ା ଇତିହାସର ରଚନା ହୋଇଥିଲା। ଗୁଜରାଟ ଜାଏଣ୍ଟସ୍‌ର ଆୟୁସୀ ସୋନୀ ଏହି ମ୍ୟାଚ୍‌ରେ ଡବ୍‌ଲ୍ୟୁପିଏଲ୍‌ ଇତିହାସର ପ୍ରଥମ ଖେଳାଳି ଭାବେ ଅବସର ଆଉଟ୍‌ ବା ରିଟାୟାର୍ଡ ଆଉଟ୍ ହୋଇଥିଲେ। 

Advertisment

ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପଦାର୍ପଣକାରୀ ଆୟୁସୀ ୬ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ହେ‌ଲେ ରନ୍‌ କରିବାକୁ ଆରମ୍ଭରୁ ସଂଘର୍ଷ କରିଥିଲେ। ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରି ୧୪ ବଲ୍‌ରୁ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଦଳ ତା’ର ରନ୍‌ ଗତି ବଢ଼ାଇବାକୁ ବ୍ୟାକୁଳ ଥିଲା ବେ‌ଳେ ଆୟୁସୀ ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଗୁଜରାଟ ଜାଏଣ୍ଟସ୍‌ ତାଙ୍କୁ ୧୬ତମ ଓଭରରେ ଶେଷ ବଲ୍‌ରେ ନିଜ ତରଫରୁ ରିଟାୟାର୍ଡ ଆଉଟ୍‌ କରି ପ୍ୟାଭିଲିୟନ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଆହୁରି ପଢ଼ନ୍ତୁ: Virat Kohli: ଆଇସିସି ମାନ୍ୟତା: ଦିନିକିଆରେ ବିରାଟ କୋହଲି ନଂ ୧, ଭାରତ ନଂ ୧ ଦଳ

ସ୍ପଷ୍ଟୀକରଣ ରଖିଲେ ପ୍ରଶିକ୍ଷକ

ଏଭଳି ବିତର୍କିତ ନିଷ୍ପତ୍ତି ନେଇ ମ୍ୟାଚ୍‌ ପରେ ଗୁଜରାଟ ଜାଏଣ୍ଟ୍‌ସ ପ୍ରଶିକ୍ଷକ ମାଇକେଲ କ୍ଲିଙ୍ଗର ସ୍ପଷ୍ଟୀକରଣ ଦେଇଥିଲେ। ଟାଇମ୍‌ ଆଉଟ୍ ବେଳେ ଆମେ ଆୟୁସୀଙ୍କୁ ବଡ଼ ସଟ୍‌ ଖେଳିବାକୁ କହିଥିଲୁ। ହେଲେ ସେ ଏହା କରି ପାରି ନଥିଲେ। ଖେଳ ଆଉ ମାତ୍ର ୪ ଓଭର ଥିବାରୁ ଭାରତୀ ଫୁଲମାଳୀଙ୍କୁ ବ୍ୟାଟିଂ ପଠାଇଥିଲୁ। ଆଶା କରୁଛି ଆୟୁସୀ ଆମ ଭାବନାକୁ ବୁଝି ପାରିବେ।

ଆହୁରି ପଢ଼ନ୍ତୁ: Badminton: ଇଣ୍ଡିଆ ଓପନ୍‌ ବ୍ୟାଡମିଣ୍ଟନ୍‌: ଅସ୍ବାସ୍ଥ୍ୟକର ଖେଳ ପରିବେଶକୁ ନେଇ ଡେନମାର୍କ ଖେଳାଳିଙ୍କ ଅସନ୍ତୋଷ