ନେଟ୍ ବୋଲରଙ୍କୁ ଜୋତା ଉପହାର ଦେଲେ ଆୟର

ନେଟ୍ ବୋଲର ଯଶକିରଣ ସିଂହଙ୍କ ପାଇଁ ଶନିବାର ଥିଲା ଏକ ସ୍ବତନ୍ତ୍ର ଦିନ। ଭାରତୀୟ ଦଳର ଅଭ୍ୟାସ ପରେ ପରେ ହଠାତ୍ ତାଙ୍କୁ ମିଳିଥିଲା ସ୍ବତନ୍ତ୍ର ଉପହାର। ଦୁବାଇସ୍ଥିତ ଆଇସିସି କ୍ରିକେଟ୍ ଏକାଡେମିରେ...

gfgfgf

ଦୁବାଇ: ନେଟ୍ ବୋଲର ଯଶକିରଣ ସିଂହଙ୍କ ପାଇଁ ଶନିବାର ଥିଲା ଏକ ସ୍ବତନ୍ତ୍ର ଦିନ। ଭାରତୀୟ ଦଳର ଅଭ୍ୟାସ ପରେ ପରେ ହଠାତ୍ ତାଙ୍କୁ ମିଳିଥିଲା ସ୍ବତନ୍ତ୍ର ଉପହାର। ଦୁବାଇସ୍ଥିତ ଆଇସିସି କ୍ରିକେଟ୍ ଏକାଡେମିରେ ବୋଲିଂ କରୁଥିଲା ବେଳେ ଭାରତୀୟ ଶୀର୍ଷକ୍ରମ ବ୍ୟାଟର୍‌ ଶ୍ରେୟସ୍ ଆୟର ହଠାତ୍ ପାଖକୁ ଆସି ହଳେ ଜୋତା ଉପହାର ଦେଇଥିଲେ ତାଙ୍କୁ । ଯାହାକୁ ପାଇ ଯଶକିରଣଙ୍କ ଖୁସିର ସୀମା ରହି ନଥିଲା। ପେସାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେଲେ ମଧ୍ୟ ଯଶକିରଣ ହେଉଛନ୍ତି ଜଣେ ସଚ୍ଚା କ୍ରିକେଟ୍‌ ପ୍ରଶଂସକ। ଚାମ୍ପିଅନ୍ସ ଟ୍ରଫି ଅବସରରେ ଆଇସିସି ପକ୍ଷରୁ ତାଙ୍କୁ ନେଟ୍ ବୋଲର ଭାବେ ନିଯୁକ୍ତି ଦିଆଯାଇଛି।

ସେ ପାକିସ୍ତାନ ଓ ବାଂଲାଦେଶ ବ୍ୟାଟର୍‌ଙ୍କୁ ବୋଲିଂ କରିବାର ସୁଯୋଗ ପାଇଥିଲେ। ହେଲେ ଭାରତୀୟ ବ୍ୟାଟର୍‌ଙ୍କୁ ବୋଲିଂ କରି ପାରି ନଥିଲେ। ଏହି ଦୁଃଖକୁ ଶ୍ରେୟସ୍‌ଙ୍କ ଉପହାର ଦୂର କରିଦେଇଛି। ଏହି ଘଟଣାକୁ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରି ଉଲ୍ଲସିତ ଯଶକିରଣ କହିଛନ୍ତି, ମୁଁ ଲଙ୍ଗ ଅଫ୍‌ରେ ଫିଲ୍ଡିଂ କରୁଥିଲା ବେଳେ ଶ୍ରେୟସ୍ ଭାଇ ମୋ ପାଖକୁ ଆସି ହାଲଚାଲ୍ ପଚାରି ବୁଝିଥିଲେ। ତା’ ପରେ ତୁମ ଜୋତା ସାଇଜ୍ କେତେ ବୋଲି ଜାଣିବାକୁ ଚାହିଥିଲେ। ମୁଁ କହିଥିଲି ୧୦। କିଛି ସମୟ ପରେ ସେ ହଳେ ଜୋତା ଆଣି  ମୋତେ ଦେଇଥିଲେ। ଏହା ନିଶ୍ଚିତ ଭାବେ ମୋ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଭାରତୀୟ ବ୍ୟାଟର୍‌ଙ୍କୁ ବୋଲିଂ ନକରିପାରିବାର ଦୁଃଖ ଶ୍ରେୟସ୍ ଭାଇଙ୍କଠାରୁ ଏହି ଉପହାର ପାଇ ପୂରା ଦୂର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe