ନିଜ ଦମ୍‌ରେ ହୋଇଛନ୍ତି, ବାବରଙ୍କ ପରି ପିଆର କରି କିଙ୍ଗ ହୋଇନାହାନ୍ତି ବିରାଟ: ପୂର୍ବତନ ପାକ୍ କ୍ରିକେଟର

ମନ୍ଥର ପିଚ୍‌ରେ ଲଢ଼ୁଆ ଶତକ ଅର୍ଜନ କରି ଭାରତକୁ ବିଜୟୀ କରାଇବା ପରେ ପାକିସ୍ତାନର ଘରେଘରେ ଏବେ କିଙ୍ଗ୍ କୋହଲିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପାକିସ୍ତାନର ପୂର୍ବତନ କ୍ରିକେଟର ଏବେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରୁଛନ୍ତି।

43

ଇସଲାମାବାଦ: ମନ୍ଥର ପିଚ୍‌ରେ ଲଢ଼ୁଆ ଶତକ ଅର୍ଜନ କରି ଭାରତକୁ ବିଜୟୀ କରାଇବା ପରେ ପାକିସ୍ତାନର ଘରେଘରେ ଏବେ କିଙ୍ଗ୍ କୋହଲିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ପାକିସ୍ତାନ ରବିବାର ଚାମ୍ପିଅନ୍ସ ଟ୍ରଫିର ସବୁଠାରୁ ପ୍ରତୀକ୍ଷିତ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ସେଠାକାର ଗଣମାଧ୍ୟମ ନିଜ ଦଳର ପରାଜୟ ଅପେକ୍ଷା କୋହଲିଙ୍କ ବିରାଟ ଶତକକୁ ନେଇ ଅଧିକ ଚର୍ଚ୍ଚା‌ କରୁଛି। ପ୍ରତିଟି ପାକିସ୍ତାନୀ ଗଣମାଧ୍ୟମରେ କୋହଲି ମୁଖ୍ୟ ଶିରୋନାମା ପାଲଟିଛନ୍ତି। ତାଙ୍କ ଫିଟ୍‌ନେସ୍, ଏକାଗ୍ରତା, ସଟ୍ ଚୟନ ଓ ଦୃଢ଼ ମାନସିକତାର ପାକିସ୍ତାନୀ ଯେମିତି ପ୍ରଶଂସକ ପାଲଟି ଯାଇଛନ୍ତି। କିଛିକିଛି ପାକିସ୍ତାନୀ ପ୍ରଶଂସକ ବାବରଙ୍କୁ ନେଇଯାଅ, ଆମକୁ କୋହଲି ଦେଇଦିଅ ଭଳି ଅଜବ ଓ ଆଶ୍ଚର୍ଯ୍ୟଜନକ ସ୍ଲୋଗାନ୍‌ ମଧ୍ୟ ଦେଇଛନ୍ତି। 

ଏମଧ୍ୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଅଧିନାୟକ ମହମ୍ମଦ ହାଫିଜ୍ ବିରାଟଙ୍କ ପ୍ରଶଂସା କରିବା ସହ ନିଜ ଦେଶର କ୍ରିକେଟର ବାବର ଆଜମଙ୍କୁ ଟ୍ରୋଲ କରିଛନ୍ତି। ସେ ଏହା ବି କହିଛନ୍ତି ଯେ, ପିଆର କରି କିଙ୍ଗ ବନିଛନ୍ତି ବାବର। ହେଲେ ବିରାଟ ନିଜ ଦମ୍‌ରେ କିଙ୍ଗ ହୋଇଛନ୍ତି। ତାଙ୍କ କହିବା ମୁତାବକ, "ବିରାଟ ଜଣେ ଭଲ ପ୍ରଦର୍ଶନକାରୀ। ସେ ବଡ଼ ସୁଯୋଗ ପାଇଁ ଅପେକ୍ଷା କରନ୍ତି। ବଡ଼ ବଡ଼ ମ୍ୟାଚରେ ଅଧିକ ଚାପ ଥାଇ ବି ସେ ଭଲ ପ୍ରଦର୍ଶନ କରନ୍ତି। ସୋଏବ ମାଲିକ ଭାରତ ବିପକ୍ଷରେ ଭଲ ବୋଲିଂ କରି ଷ୍ଟାର ହୋଇଥିଲେ, ଶାହିଦ ଆଫ୍ରିଦି ଭାରତ ବିପକ୍ଷରେ ଛକା ମାରି ଷ୍ଟାର ହୋଇଥିଲେ। ହେଲେ ବାବର ଏପର୍ଯ୍ୟନ୍ତ କିଙ୍ଗ ହେବା ଭଳି କାମ କିଛି କରିନାହାନ୍ତି।"

ସେ ଆହୁରି କହିଛନ୍ତି ଯେ, ବିରାଟ ଏକ ସକାରାତ୍ମକ ମାନସିକତା ରଖନ୍ତି। ସେ ଭାବନ୍ତି ଯେ 'ମୁଁ ଭାରତ ପାଇଁ ମ୍ୟାଚ୍ ଜିତିବି। ମୁଁ କେବଳ ଖେଳିବି ନାହିଁ, ମୁଁ ମୋ ଦେଶ ପାଇଁ ମ୍ୟାଚ୍ ଜିତିବି।' ସେଥିପାଇଁ ସେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ବାସ୍ତବରେ, ଯଦି କେହି କିଙ୍ଗ ବୋଲି କହିବାକୁ ଯୋଗ୍ୟ, ତେବେ ସେ ବିରାଟ କୋହଲି, ବାବର ଆଜମ ନୁହଁନ୍ତି। ତାଙ୍କ ପ୍ରଦର୍ଶନ ଦେଖନ୍ତୁ। ସେ ସାରା ବିଶ୍ୱରେ ପ୍ରଦର୍ଶନ କରିଛନ୍ତି। ବାବରଙ୍କ ପରି ପିଆର ନିଯୁକ୍ତ କରି କିଙ୍ଗ ହୋଇନାହାଁନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe