ବାବର, ହିଲି ମାସର ଶ୍ରେଷ୍ଠ ଖେଳାଳି

ବାବର, ହିଲି ମାସର ଶ୍ରେଷ୍ଠ ଖେଳାଳି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଏପ୍ରିଲ ମାସ ଲାଗି ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା କରିଛି। ପୁରୁଷରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ମହିଳାରେ ଅଷ୍ଟ୍ରେଲିଆ ୱିକେଟ୍‌ରକ୍ଷକ ଆଲିସା ହିଲି ଏହି ପୁରସ୍କାର ଲାଗି ଚୟନ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଆଜମଙ୍କ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ୮୨ ବଲ୍‌ରୁ ୯୪ ରନ୍‌ ଏବଂ ତୃତୀୟ ଟ୍ବେଣ୍ଟି-୨୦ରେ ୫୯ ବଲ୍‌ରେ ୧୨୨ ରନ୍‌ କରିଥିବାରୁ ଏହା ପୁରସ୍କାର ଜିତିବା ପାଇଁ ସହଯୋଗ କରିଥିଲା। ସେହିପରି ହିଲି ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଶୃଙ୍ଖଳ‌ାରେ ସେ ୩ ମ୍ୟାଚ୍‌ ଖେଳି ୫୧.୬୬ ହାର ଓ ୯୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୧୫୫ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe