ଆମ୍‌ଲା ଓ କୋହଲିଙ୍କୁ ଟପିଲେ ବାବର, ଦିନିକିଆରେ ୧୩ ଶତକ ମାରିବାରେ ଦ୍ରୁତତମ

Advertisment
ଆମ୍‌ଲା ଓ କୋହଲିଙ୍କୁ ଟପିଲେ ବାବର, ଦିନିକିଆରେ ୧୩ ଶତକ ମାରିବାରେ ଦ୍ରୁତତମ

Yahoo! Cricket

ସେଞ୍ଚୁରିଅନ୍ : ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶତକ ଜମାଇଥିଲେ। ଶତକୀୟ ପାଳି ଅବସରରେ ବାବର ଆଜମ୍‌ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା ଥିଲା ତାଙ୍କ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟରର ୧୩ତମ ଶତକ। ଯାହାକୁ କି ସେ ନିଜର ୭୮ତମ ମ୍ୟାଚ୍‌ରେ ହାସଲ କରିଛନ୍ତି। ଫଳରେ ଦିନିକିଆ ଆନ୍ତର୍ଜାତିକରେ ୧୩ ଶତକ ଜମାଇବାରେ ସେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ର କୀର୍ତ୍ତିମାନ ରଚିଛନ୍ତି। ଏକ୍ଷେତ୍ରରେ ‌ସେ ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମ୍‌ଲା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଟପି ଯାଇଛନ୍ତି। ଆମ୍‌ଲା ୮୩ ପାଳିରେ ଏବଂ କୋହଲି ୮୬ ପାଳିରେ ନିଜ ନିଜର ତ୍ରୟୋଦଶ ଶତକ ହାସଲ କରିଥିଲା ବେଳେ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ବାବରଙ୍କୁ ୭୬ ପାଳି ଖେଳିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe