'ଦଙ୍ଗଲ' ୨୦୦୦କୋଟି ଆୟ କଲା, ହେଲେ ଆମେ ପାଇଛୁ ମାତ୍ର ଏତିକି ଟଙ୍କା: ବବିତା

Advertisment

୨୦୧୬ରେ ରିଲିଜ୍ ହୋଇଥିଲା ଫିଲ୍ମ ଦଙ୍ଗଲ। ଏହି ଫିଲ୍ମଟି ୨ ଭଉଣୀ କୁସ୍ତି ଯୋଦ୍ଧା ଗୀତା ଓ ବବିତା ଫୋଗାଟଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ଫିଲ୍ମଟି ୨୦୦୦କୋଟି ଆୟ କରିଥିବା ବେଳେ ଫୋଗାଟ ପରିବାରକୁ ମାତ୍ର ୧କୋଟି ମିଳିଥିବା କହିଛନ୍ତି ବବିତା।

୨୦୧୬ରେ ରିଲିଜ୍ ହୋଇଥିଲା ଫିଲ୍ମ ଦଙ୍ଗଲ। ଏହି ଫିଲ୍ମଟି ୨ ଭଉଣୀ କୁସ୍ତି ଯୋଦ୍ଧା ଗୀତା ଓ ବବିତା ଫୋଗାଟଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ଫିଲ୍ମଟି ୨୦୦୦କୋଟି ଆୟ କରିଥିବା ବେଳେ ଫୋଗାଟ ପରିବାରକୁ ମାତ୍ର ୧କୋଟି ମିଳିଥିବା କହିଛନ୍ତି ବବିତା।

WQEWEQ

ନୂଆଦିଲ୍ଲୀ: ୨୦୧୬ରେ ରିଲିଜ୍ ହୋଇଥିଲା ଫିଲ୍ମ 'ଦଙ୍ଗଲ'। ଏହି ଫିଲ୍ମଟି ୨ ଭଉଣୀ କୁସ୍ତି ଯୋଦ୍ଧା ଗୀତା ଓ ବବିତା ଫୋଗାଟଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ଫିଲ୍ମଟି ୨୦୦୦କୋଟି ଆୟ କରିଥିବା ବେଳେ ଫୋଗାଟ ପରିବାରକୁ ମାତ୍ର ୧କୋଟି ମିଳିଥିବା କହିଛନ୍ତି ବବିତା। ଫିଲ୍ମ ରିଲିଜ୍କୁ ଏତେ ବର୍ଷ ବିତି ସାରିଥିବା ବେଳେ ବବିତା ଏହା ଉପରେ ନିଜ ପ୍ରତିକ୍ରିୟ‌ା ରଖିଛନ୍ତି।

ଏକ ସାକ୍ଷାତକାରରେ ସେ ଏହା ଜଣାଇଛନ୍ତି। ସାକ୍ଷାତକାରରେ ଦଙ୍ଗଲ ୨୦୦୦କୋଟି ଆୟ କରିଥିବା ବେଳେ ଫୋଗାଟ ପରିବାରକୁ ମାତ୍ର ୧କୋଟି ମିଳିଥିବା ଖବର ସତ କି? ବୋଲି ପଚରାଯିବାରୁ ସେ କହିଥିଲେ, ହଁ। ଏହା ସତ। ଏତେ କମ ଟଙ୍କା ମିଳିବାରୁ ପରିବାର ବା ଆପଣଙ୍କର ମନ ଦୁଃଖ ହୋଇଥିଲା କି ବୋଲି ପ୍ରଶ୍ନ କରାଯିବାରୁ ବବିତା କହିଥିଲେ, ନା। ବାପା କେବଳ ଗୋଟିଏ କଥା କହିଥିଲେ, ଆମକୁ ଲୋକମାନଙ୍କର ଭଲପାଇବା ଏବଂ ସମ୍ମାନ ଦରକାର।

ଉଲ୍ଳେଖଯୋଗ୍ୟ, ୨୦୧୬ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦଙ୍ଗଲରେ ବବିତା ଫୋଗାଟ, ତାଙ୍କ ବଡ଼ ଭଉଣୀ ଗୀତା ଫୋଗାଟ ଏବଂ ସେମାନଙ୍କ ପିତା ମହାବୀର ଫୋଗାଟଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା। ମହାବୀର ଫୋଗାଟ୍ କିପରି ତାଙ୍କ ଝିଅମାନଙ୍କୁ କୁସ୍ତି ଯୋଦ୍ଧା କରାଇଥିଲେ, ତାହାର କାହାଣୀ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ। ଫିଲ୍ମଟି ରିଲିଜ୍ ପରେ ଅନେକ ପୁରସ୍କାର ଜିତିଥିବା ବେଳେ ଦର୍ଶକଙ୍କ ମନ କିଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe