ବାବର ଆଜମଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ବାବର ଆଜମଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

Deccan Chronicle

କରାଚୀ: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ନିଜକୁ ଆଜମଙ୍କ ସହପାଠୀ ଦାବି କରିଥିବା ଏହି ମହିଳା ଜଣଙ୍କ ଏକ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ୧୦ ବ‌ର୍ଷ ଧରି ଆଜମ ନିର୍ଯାତନା ‌ଦେଉଥିଲେ ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି। ୨୦୧୦ ମସିହାରେ ବିବାହ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜଣେ ବିଖ୍ୟାତ ଅନ୍ତର୍ଜାତୀୟ କ୍ରିକେଟର୍ ହୋଇଯିବା ପରେ ନିଜ ପ୍ରତିଶ୍ରୁତିରୁ ଓହରିଯାଇଥିଲେ। ବାବର ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟର୍‌ ହେବା ପୂର୍ବରୁ ତାଙ୍କଠାରୁ ଆର୍ଥିକ ସହାୟତାରେ ବଡ଼ ହୋଇଥିବା ସମ୍ପୃକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ବାବର ମଧ୍ୟ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ ଓ ପୁଲିସରେ ଅଭିଯୋଗ ନ କରିବାକୁ ଧମକ ଦେଇଥିଲେ। ‘ସେ ମୋତେ ବିବାହର ପ୍ରତିଶ୍ରୁତି ଦେଇଥିଲେ, ମୋତେ ଗର୍ଭବତୀ କରିଥିଲେ, ମାଡ ବି ମାରିଥିଲେ। ସେ ମୋତେ ଖରାପ ବ୍ୟବହାର କରିଥିଲେ ଓ ଧମକ ବି ଦେଇଥିଲେ’ ବୋଲି ପାକିସ୍ତାନୀ ସାମ୍ବାଦିକ ସାଜ ସଦିକ୍‌ଙ୍କ ଦ୍ବାରା ପ୍ରେରିତ ଏକ ଭିଡିଓରେ ସମ୍ପୃକ୍ତ ମହିଳା ଅଭିଯୋଗ କରୁଥିବା ‌ଶୁଣିବାକୁ ମିଳିଛି।

ବାବର ଏବେ ପାକିସ୍ତାନ ଦଳର ନେତୃତ୍ବ ନେଇ ନ୍ୟୁଜିଲାଣ୍ଡ୍ ଗସ୍ତରେ ଅଛନ୍ତି। ଡିସେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ଗସ୍ତରେ ପାକିସ୍ତାନ ୩ ଟି-୨୦ ଏବଂ ୨ ଟେଷ୍ଟ୍ ମ୍ୟାଚ୍‌ ଖେଳିବ। ଶୃଙ୍ଖଳା ଆରମ୍ଭ ପୂର୍ବରୁ କିନ୍ତୁ ୭ ଜଣ ପାକିସ୍ତାନ ଖେଳାଳି କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ବାବରଙ୍କୁ ସମସ୍ତ ଫର୍ମାଟ୍ ଲାଗି ପାକିସ୍ତାନର ଅଧିନାୟକ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe