ସିଲି ପଏଣ୍ଟ୍‌: ହଜ ଯାତ୍ରାରେ ବାବର-ରିଜୱାନ

Advertisment
ସିଲି ପଏଣ୍ଟ୍‌: ହଜ ଯାତ୍ରାରେ ବାବର-ରିଜୱାନ

ପାକିସ୍ତାନର ଦୁଇ ପ୍ରମଖ ଅନ୍ତର୍ଜାତୀୟ କ୍ରିକେଟର୍‌ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଚଳିତ ବର୍ଷ ପବିତ୍ର ହଜ ଯାତ୍ରା ଓ ଉତ୍ସବରେ ସାମିଲ ହୋଇଛନ୍ତି। ଅଧିନାୟକ ବାବର ଆଜମ ଏବଂ ୱିକେଟରକ୍ଷକ ବ୍ୟାଟର୍‌ ରିଜୱାନଙ୍କ ମିଳିତ ଫଟୋକୁ ଆଜମ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ବାବରଙ୍କ ମା’ ଏବଂ ରିଜୱାନଙ୍କ ପତ୍ନୀ ଓ ମା’ ଏହି ଅଭିଯା‌ନରେ ସାମିଲ ‌ହୋଇଥିଲେ।

publive-image

ଉଭୟ ଏହି ଯାତ୍ରାରୁ ଫେରିବା ପରେ ପାକିସ୍ତାନ ଦଳ ସହ ଶ୍ରୀଲଙ୍କା ଗସ୍ତ ପ୍ରସ୍ତୁତିରେ ସାମିଲ ହେବେ। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ବାବର ଆଜମ, ହାରିସ ରୌଫ, ଫହିମ୍ ଅସ୍ରଫ ଓ ଇଫତିକାର ଅହମ୍ମଦ ରମଜାନ ଅବସରରେ ଉମରାହ ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe