‘ବେବି ଏବି’ଙ୍କ ବଡ଼ ବ୍ରେକ୍

Advertisment
‘ବେବି ଏବି’ଙ୍କ ବଡ଼ ବ୍ରେକ୍

ଜୋହାନେସବର୍ଗ : ଆଇପିଏଲ୍ ନିଲାମରେ ଦକ୍ଷିଣ ଆଫ୍ରିକାର ୧୮ ବର୍ଷୀୟ ବ୍ୟାଟର୍‌ ଦିୱାଲ୍ଡ ବ୍ରେଭିସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ମୂଳଦରର ୧୫ଗୁଣ ଅର୍ଥାତ୍ ୩ କୋଟି ଟଙ୍କାରେ କିଣିଛି। ସେବେଠାରୁ ସେ ଚର୍ଚ୍ଚରେ ରହିଛନ୍ତି। ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ କରିଥିବା ବିସ୍ଫୋରକ ବ୍ୟାଟିଂ ବଳରେ ହିଁ ଆଇପିଏଲ୍ ଚୁକ୍ତି ହାସଲ କରିଛନ୍ତି ବ୍ରେଭିସ। ଦକ୍ଷିଣ ଆଫ୍ରିକା ଫାଇନାଲ୍ ଖେଳି ନଥିଲେ ବି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ କରିଥିବା ବ୍ରେଭିସ୍ ୮୪.୩୩ ହାରରେ ୬ ପାଳିରୁ ସର୍ବାଧିକ ୫୦୬ ରନ୍ କରିଥିଲେ। ସେ ମଧ୍ୟ ୭ ୱିକେଟ୍ ନେଇଥିଲେ। ତେବେ ସବୁଠୁ ବେଶି ଧ୍ୟାନ ଆକର୍ଷଣ କରିଥିଲା ତାଙ୍କ ବ୍ୟାଟିଂ ଶୈଳୀ। ବ୍ରେଭିସ୍‌ ବ୍ୟାଟିଂ କଲା ବେଳେ ପଡ଼ିଆର ଚାରିପଟକୁ ସଟ୍ ଖେଳିବାର ଦକ୍ଷତା ଲାଗି ମିଷ୍ଟର ଥ୍ରୀ ସିକ୍‌ଷ୍ଟି ଭାବେ ପରିଚିତ ଏବି ଡ’ଭିଲିୟର୍ସ ବ୍ୟାଟିଂ କରୁଥିବାର ଭ୍ରମ ସୃଷ୍ଟି ହୋଇଥାଏ। ଫଳରେ ତାଙ୍କୁ ଏବେ ପ୍ରଶଂସକମାନେ ‘ବେବି ଏବି’ ଡାକିବା ଆରମ୍ଭ କରି ଦେଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିବା ପରେ ଜୋହାନେସବର୍ଗ ଜନ୍ମିତ ବ୍ରେଭିସ୍ କହିଛନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବା ମୋ ପାଇଁ ବହୁତ ବଡ଼ ସମ୍ମାନ। ମୁଁ ଓ ମୋ ଭାଇ ମୁମ୍ବାଇ ଇଣ୍ଡିଆନ୍ସର ଅନେକ ଖେଳାଳିଙ୍କୁ ଦେଖି ଦେଖି ବଡ଼ ହୋଇଛୁ। ସଚିନ ତେନ୍ଦୁଲକର ମୋର ଆଦର୍ଶ। ତାଙ୍କୁ ଭେଟିବାକୁ ମୁଁ ପୂରା ବ୍ୟାକୁଳ। ଡି’ଭିଲିୟର୍ସଙ୍କୁ ଭେଟିବାକୁ ନିଜ ଜୀବନର ଅନ୍ୟତମ ସ୍ମରଣୀୟ ଦିନ ଭାବେ ବର୍ଣ୍ଣନା‌ କରିଥିବା ବ୍ରେଭିସ୍ ବିରାଟ କୋହଲିଙ୍କୁ ‌ଭେଟି କିଛି ପରାମର୍ଶ ହାସଲ କରିବାକୁ ଲକ୍ଷ୍ୟ ବି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe