ସେଣ୍ଟପିଟର୍ସବର୍ଗ: ବିଗ୍ ବି ଅମିତାଭ ବଚ୍ଚନ ସଂପ୍ରତି ନିଜ ପୂରା ପରିବାର ସହ ରୁଷିଆରେ ଛୁଟି କଟାଉଛନ୍ତି। ଏହି ଅବସରରେ ସେ ଫିଫା ଫୁଟବଲ୍ ବିଶ୍ୱକପର ମଜା ନେବାକୁ ମଧ୍ୟ ଭୁଲି ନାହାନ୍ତି। ଫ୍ରାନ୍ସ-ବେଲଜିୟମ ପ୍ରଥମ ସେମିଫାଇନାଲରେ ଅମିତାଭ ଏବଂ ତାଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନଙ୍କୁ ଦର୍ଶକ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା। ଉଭୟ ମ୍ୟାଚ୍ର ମଜା ନେବା ସହ ରୋମାଞ୍ଚକର ବିଜୟ ପାଇଁ ଫ୍ରାନ୍ସକୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଉତ୍ସାହିତ ଅଭିଷେକ ପିତା ଅମିତାଭଙ୍କ ସହ ଏହି ମ୍ୟାଚ୍ର ଟିକେଟ ଧରିଥିବାର ଫଟୋ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ଅଭିଷେକ ଜଣେ ବଡ଼ ଫୁଟବଲ୍ ସମର୍ଥକ ହୋଇଥିଲା ବେଳେ ଇଣ୍ଡିଆନ୍ ସୁପର ଲିଗର ଏକ ଦଳର ମାଲିକ ମଧ୍ୟ। ଅମିତାଭଙ୍କ ସହ ଝିଅ ଶ୍ୱେତା ଏବଂ ନାତି ନାତୁଣୀ ନବ୍ୟା ଓ ଅଗସ୍ତ୍ୟା ମଧ୍ୟ ରୁଷିଆ ଯାଇଛନ୍ତି। ଅଭିଷେକ ନିଜ ପରିବାର ସହ ଉଠାଇଥିବା ବହୁ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ପ୍ରକାଶ କରିଥିଲେ।
ଦର୍ଶକ ଷ୍ଟାଣ୍ଡରେ ବଚ୍ଚନ
Advertisment
Follow Us