ଫେରିଲା ଫର୍ମୁଲା ୱାନ୍‌, ଅଷ୍ଟ୍ରିଆ ଗ୍ରାଁ ପ୍ରି ଜିତିଲେ ବୋଟ୍ଟାସ

Advertisment
ଫେରିଲା ଫର୍ମୁଲା ୱାନ୍‌, ଅଷ୍ଟ୍ରିଆ ଗ୍ରାଁ ପ୍ରି ଜିତିଲେ ବୋଟ୍ଟାସ

Autosport

ଷ୍ଟିରିଆ (ଅଷ୍ଟ୍ରିଆ): କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ରହିଥିବା ଫର୍ମୁଲା-ୱାନ୍‌ ପ୍ରତି‌ଯୋଗିତା ରବିବାର ପ୍ରତ୍ୟାବର୍ତନ କରିଛି। ପ୍ରତ୍ୟାବର୍ତନର ପ୍ରଥମ ରେସ୍‌ ଅଷ୍ଟ୍ରିଆ ଗ୍ରାଁ ପ୍ରିକୁ ମର୍ସିଡିଜ୍‌ ଚାଳକ ଫିନ୍‌ଲାଣ୍ଡ୍‌ର ଭାଲ୍‌ଟେରି ବୋଟ୍ଟାସ୍‌ ଜିତି ନେଇଛନ୍ତି। କରୋନା ଯୋଗୁଁ ଚଳିତ ଋତୁର ୯ ଗ୍ରାଁ ପ୍ରି ବାତିଲ ହେବା ପରେ ରବିବାରର ଏହି ପ୍ରଥମ ପ୍ରତିଯୋଗିତା ଷ୍ଟିରିଆର ସ୍ପାଇଲବର୍ଗ ରେଡ୍‌ ବୁଲ୍‌ ରିଙ୍ଗ୍‌ରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା। ଏଥିରେ ବୋଟ୍ଟାସ ମର୍ସିଡିଜ୍‌କୁ ବିଜେତା କରାଇଥିଲେ। ତାଙ୍କ ପଛକୁ ଫେରାରି ଚାଳକ ଚାର୍ଲସ ଲେକଲର୍କ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ମ୍ୟାକ୍‌ଲରେନ୍‌ ରେନଲ୍ଟର ବ୍ରିଟେନ୍‌ ଚାଳକ ଲାଣ୍ଡୋ ନୋରିସ ତୃତୀୟ ସ୍ଥାନ ସହ ନିଜ ଜୀବନର ପ୍ରଥମ ପୋଡିୟମ୍‌ ଫିନିସ୍‌ କରିଥିଲେ। ତେବେ ୬ ଥର ବିଶ୍ବ ବିଜେତା ମସିର୍ଡିଜ୍‌ ଚାଳକ ଲୁଇସ ହାମିଲଟନ୍‌ ୫ ସେକେଣ୍ଡ ସମୟର ଜରିମାନା ଯୋଗୁଁ ଚତୁର୍ଥକୁ ଖସି ଯାଇଥିଲା ବେଳେ ମ୍ୟାକ୍‌ଲରେନ୍‌ ରେନଲ୍ଟର କାର୍ଲସ ସେଞ୍ଜ୍‌ ପଞ୍ଚମ ସ୍ଥାନରେ ‌ସନ୍ତୁଷ୍ଟ ରହିଥିଲେ। ହାମିଲଟନ୍‌ ଦ୍ବିତୀୟ ଥର ପାଇଁ ଏଭଳି ଜରିମାନା ପଏଣ୍ଟ୍‌ ପାଇଛନ୍ତି। ଏହା ପୂର୍ବରୁ ସେ ମଧ୍ୟ ଗତବର୍ଷ ବ୍ରାଜିଲିଆନ୍‌ ଗ୍ରାଁ ପ୍ରିରେ ୫ ସେକେଣ୍ଡ ସମୟର ଜରିମାନା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe