ବାହାଦୁର ସିଂହ ସାଗୁ ଏଏଫ୍‌ଆଇ ସଭାପତି: ଶ୍ରୀନିବାସ ବରିଷ୍ଠ ଯୁଗ୍ମସମ୍ପାଦକ, କାର୍ଯ୍ୟକାରିଣୀ ପରିଷଦରେ ରଚିତା

Advertisment

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସଟ୍‌ପୁଟର୍‌ ବାହାଦୁର ସିଂହ ସାଗୁ ମଙ୍ଗଳବାର ନିର୍ଦ୍ବନ୍ଦ୍ବରେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁଦିନ ଧରି ଏଏଫ୍‌ଆଇ ଶୀର୍ଷ ପଦ ଜାବୁଡ଼ି ଧରିଥିବା ଆଦିଲ ସୁମେରିୱାଲାଙ୍କ ସ୍ଥାନ ନେଇଛନ୍ତି।

ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସଟ୍‌ପୁଟର୍‌ ବାହାଦୁର ସିଂହ ସାଗୁ ମଙ୍ଗଳବାର ନିର୍ଦ୍ବନ୍ଦ୍ବରେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁଦିନ ଧରି ଏଏଫ୍‌ଆଇ ଶୀର୍ଷ ପଦ ଜାବୁଡ଼ି ଧରିଥିବା ଆଦିଲ ସୁମେରିୱାଲାଙ୍କ ସ୍ଥାନ ନେଇଛନ୍ତି।

dgdgdgd

ଭୁବନେଶ୍ବର: ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସଟ୍‌ପୁଟର୍‌ ବାହାଦୁର ସିଂହ ସାଗୁ ମଙ୍ଗଳବାର ନିର୍ଦ୍ବନ୍ଦ୍ବରେ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁଦିନ ଧରି ଏଏଫ୍‌ଆଇ ଶୀର୍ଷ ପଦ ଜାବୁଡ଼ି ଧରିଥିବା ଆଦିଲ ସୁମେରିୱାଲାଙ୍କ ସ୍ଥାନ ନେଇଛନ୍ତି। ଜାତୀୟ କ୍ରୀଡ଼ା ନୀତି ଅନୁଯାୟୀ ନିର୍ବାଚନ ଲଢ଼ିବାର ଯୋଗ୍ୟ ନଥିବାରୁ ୨୦୧୨ରୁ ସଭାପତି ରହିଥିବା ୬୭ ବର୍ଷୀୟ ସୁମେରିୱାଲା ନାମାଙ୍କନ ପତ୍ର ଦାଖଲ କରି ନଥିଲେ। ସମ୍ପ୍ରତି ସେ ବିଶ୍ବ ଦୌଡ଼କୁଦର କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି। ନବନିର୍ବାଚିତ ଏଏଫ୍‌ଆଇ କମିଟିରେ ଓଡ଼ିଶାର ଦୁଇ ଜଣ ଜି.  ଶ୍ରୀନିବାସ ପଟ୍ଟନାୟକ ଓ ଅଲିମ୍ପିଆନ୍‌ ତଥା ପୂର୍ବତନ ୧୦୦ ମିଟର ଜାତୀୟ କୀର୍ତ୍ତିମାନଧାରୀ ରଚିତା ପଣ୍ଡା ମିସ୍ତ୍ରୀ ସ୍ଥାନ ପାଇଛନ୍ତି। ଓଡ଼ିଶା ଦୌଡ଼କୁଦ ସଂଘ (ଓଏଏ)ର ସଭାପତି ଶ୍ରୀନିବାସ ବରିଷ୍ଠ ଯୁଗ୍ମସମ୍ପାଦକ ଏବଂ ରଚିତା କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ହୋଇଛନ୍ତି।

ଏଥିଲାଗି ଓଡ଼ିଶା ଦୌଡ଼କୁଦ ସଂଘର ସଂପାଦକ ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ ସଂପାଦକ ଅଭିଜିତ ପାଲ୍ ଏବଂ ଅନ୍ୟା‌ନ୍ୟ କର୍ମକର୍ତ୍ତା ଶ୍ରୀ ପଟ୍ଟନାୟକ ଏବଂ ରଚିତାଙ୍କ ଶୁଭକାମନା ଜଣାଇଛନ୍ତି। ଉଭୟଙ୍କ ନିଯୁକ୍ତି ମଧ୍ୟ ରାଜ୍ୟ ଦୌଡ଼କୁଦ ଜଗତ ପା‌ଇଁ ବଡ଼ ଖୁସି ଖବର ହୋଇଛି। ୨୦୦୨ ବୁସାନ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ୫୧ ବର୍ଷୀୟ ସାଗୁ ୪ ବର୍ଷ (୨୦୨୫-୨୯) ଏହି ପଦରେ ରହିବେ। ପଦ୍ମଶ୍ରୀ ସାଗୁ ୨୦୦୦ ଓ ୨୦୦୪ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ଏଏଫ୍‌ଆଇ ଆଥ୍‌‌ଲେଟ୍ସ କମିସନ୍‌ର ସଦସ୍ୟ ରହିଛନ୍ତି। ଦ୍ବିତୀୟ ଥର ଲାଗି ବରିଷ୍ଠ ଉପସଭାପତି ପଦ ଅଳଙ୍କୃତ କରିଛନ୍ତି ଅଞ୍ଜୁ ବବି ଜର୍ଜ। ଦିଲ୍ଲୀ ୟୁନିଟ୍‌ର ମୁଖ୍ୟ ସନ୍ଦୀପ ମେହେଟ୍ଟା ସମ୍ପାଦକ ଏବଂ ଷ୍ଟାନ୍‌ଲେ ଜୋନ୍ସ କୋଷାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ଏଏଫ୍‌ଆଇ ନିର୍ବାଚନକୁ ଅବସରପ୍ରାପ୍ତ ପଞ୍ଜାବ ଓ ହରିୟାଣା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ରାଜେଶ ଶେଖର ଅତ୍ରୀ ପରିଚାଳନା କରିଥିଲେ। ଅନ୍‌ଲାଇନ୍‌ରେ ବିଶ୍ବ ଦୌଡ଼କୁଦର ନୈତିକ ଅନୁପାଳନ ଓ ରିସ୍କ ଅଧିକାରୀ ନିଲ୍‌ସ ଲିଣ୍ଡହୋମ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ। କ୍ରୀଡ଼ାମନ୍ତ୍ରାଳୟର ଅଧିକାରୀ ଏସ୍‌ପିଏସ୍‌ ତୋମାର ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।

ନବନିର୍ବାଚିତ ଏଏଫ୍ଆଇ କର୍ମକର୍ତ୍ତା: ବାହ‌ାଦୁର ସିଂହ ସାଗୁ (ସଭାପତି), ଅଞ୍ଜୁ ବବି ଜର୍ଜ (ବରିଷ୍ଠ ଉପସଭାପତି), ଆବୁ ମେହେଟ୍ଟା, ଜୟନ୍ତମାଳା ବରୁଆ, ଏକେ ଶର୍ମା (ଉପସଭାପତି), ସନ୍ଦୀପ ‌ମେହେଟ୍ଟା (ସମ୍ପାଦକ), ଷ୍ଟାନ୍‌ଲେ ଜୋନ୍ସ (କୋ‌ଷାଧ୍ୟକ୍ଷ), ଜି ଶ୍ରୀନିବାସ ପଟ୍ଟନାୟକ (ବରିଷ୍ଠ ଯୁଗ୍ମସମ୍ପାଦକ), ଶରତ ଚନ୍ଦ୍ର ସିଂହ, ଜ୍ୟୋତିର୍ମୟୀ ସିକ୍‌ଦାର, ଫିନ୍‌ଲେ ଏଲ୍‌ ପରିଆତ୍‌ (ଯୁଗ୍ମସମ୍ପାଦକ), ସୁଧା ସିଂହ, ହରଜିନ୍ଦର ସିଂହ ଗିଲ୍‌, ଶାରଦା ଦେବୀ ଜାଦମ, ପ୍ରିୟଙ୍କା ଭାନୋତ, ରଚିତା ପଣ୍ଡା ମିସ୍ତ୍ରୀ, ଏ ରାଜାବେଲୁ, କେ ସାରଙ୍ଗପାଣି (କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe