ଭୁବନେଶ୍ବର: ବାହାରିନ୍ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପୁରୁଷ ଏକକ ଓ ମିଶ୍ରିତ ଯୁଗଳର ସେମିଫାଇନାଲ୍ରେ ପହଞ୍ଚି ଦେଶ ପାଇଁ ଦୁଇ ପଦକ ପକ୍କା କରିଛନ୍ତି। ଗୁରୁବାର ଏସଏଲ୍-୩ ବର୍ଗ ଏକକ କ୍ବାର୍ଟରରେ ପ୍ରମୋଦ ୨୧-୧୮, ୨୩-୨୧ରେ ଅନ୍ୟଏକ ଭାରତୀୟ ମହମ୍ମଦ ଅର୍ବାଜ ଅନସରିଙ୍କୁ ପରାସ୍ତ କରିଥିଲେ। ସେହିପରି ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍ରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ମନୀଷା ରାମଦାସ (ଏସ୍ଏଲ୍-୩ ଓ ଏସ୍ୟୁ-୫) ୨୧-୧୦, ୨୧-୧୯ରେ ନିଜ ଦେଶର ଚିରାଗ ବାରେଥା ଓ ମନଦୀପ କୌରଙ୍କୁ ହରାଇଥିଲେ। ଏସ୍ଏଲ୍-୪ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଓଡ଼ିଆ ପୁଅ ଦୀପ ରଞ୍ଜନ ବିଶୋଇ ପ୍ରବେଶ କରିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍ରେ ସେ ୨୧-୧୦, ୨୧-୯ରେ ହଂକଂର ଲି ୟାନ ପିଙ୍କ ପାଟ୍ରିକ୍ଙ୍କୁ ମାତ୍ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us