ସ୍କଟିସ୍‌ ଲିଗ୍‌ରେ ଖେଳିଲେ ବାଲା ଦେବୀ

Advertisment
ସ୍କଟିସ୍‌ ଲିଗ୍‌ରେ ଖେଳିଲେ ବାଲା ଦେବୀ

କୋଲ୍‌କାତା: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୁରୋଭାଗ ଖେଳାଳି ବାଲା ଦେବୀ କରୋନା ପରେ ପ୍ରଥମ ଥର ଲାଗି ପଡ଼ିଆକୁ ଓହ୍ଲାଇଛନ୍ତି। ରେଞ୍ଜରର୍ସ ପାଇଁ ଚୁକ୍ତି କରିଥିବା ଏହି ୩୦ ବର୍ଷୀୟା ଭାରତୀୟ ତାରକା ସ୍କଟିସ ମହିଳା ପ୍ରିମିୟର ଲିଗ୍‌ରେ ରବିବାର ଖେଳିଛନ୍ତି। ତାଙ୍କ ଦଳ ଏହି ମ୍ୟାଚ୍‌ରେ ୫-୧ ଗୋଲ୍‌ରେ ହାର୍ଟସକୁ ହରାଇଥିଲା। ବାଲା ଦେବୀ ଏହି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ନଥିଲେ। ସେ ଦ୍ବିତୀୟ ଭାଗରେ ବଦଳ ଖେଳାଳି ଭାବେ ଖେଳିଥିଲେ। କରୋନା ‌ଯୋଗୁଁ ବହୁଦିନ ହେଲା ପଡ଼ିଆଠୁ ଦୂରରେ ରହିଥିଲି। ଫେରିବା ପରେ ବହୁତ ଖୁସି ଲାଗୁଛି। ଏଥିସହ ଦଳର ବିଜୟୀ ହୋଇଥିବାରୁ ଏହି ଖୁସି ଦ୍ବିଗୁଣିତ ହୋଇଛି ବୋଲି ବାଲା ଦେବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe