ସ୍କଟିସ୍‌ ଲିଗ୍‌ରେ ବାଲାଙ୍କ ପ୍ରଥମ ଗୋଲ୍‌

Advertisment
ସ୍କଟିସ୍‌ ଲିଗ୍‌ରେ ବାଲାଙ୍କ ପ୍ରଥମ ଗୋଲ୍‌

Firstpost

ଗ୍ଲାସ୍‌ଗୋ: ଭାରତୀୟ ‌ଫୁଟ୍‌ବଲର୍‌ ବାଲା ଦେବୀ ରବିବାର ସ୍କଟିସ ମହିଳା ପ୍ରିମିୟର ଲିଗ୍‌ରେ ପ୍ରଥମ ଗୋଲ୍‌ ଦେଇଛନ୍ତି। ଏଥିସହ ୟୁରୋପ ଟପ୍‌-ଟାୟାର ପେସାଗତ ଲିଗ୍‌ରେ ‌ଗୋଲ୍‌‌ ଦେବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ମ୍ୟାଚ୍‌ର ୬୫ ମିନିଟ୍‌ ପରେ ପଡ଼ିଆକୁ ଓହ୍ଲାଇଥିବା ବାଲା (୮୫ ମିନିଟ୍‌) ଦଳ ପାଇଁ ଶେଷ ଗୋଲ୍‌ ଦେଇଥିଲେ। ‌ଏହି ଗୋଲ୍‌ ବଳରେ ତାଙ୍କ ଦଳ ରେଞ୍ଜର୍ସ ଏଫ୍‌ସି ୯-୦ ଗୋଲ୍‌ରେ ମଦରୱେଲ ଏଫ୍‌ସିକୁ ପରାସ୍ତ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ କିର୍ଷ୍ଟି ହୋୱାତ ଓ ଲିଗି ଆର୍ନଟ ହ୍ୟାଟ୍ରିକ କରିଥିଲା ବ‌େଳେ ମେଗନା ବ‌େଲ ଓ ଡାଇନା ବୋର୍ମା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ୩୦ ବର୍ଷୀୟା ବାଲା ଗତ ଜାନୁଆରିରେ ପ୍ରଥମ ଭାରତୀୟ ଭାବେ ୟୁରୋପ ଟପ୍‌-ଟାୟାର ଫୁଟ୍‌ବଲ୍‌ କ୍ଲବ୍‌ ସହ ଚୁକ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe