୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌: ବଲ୍‌ର ବେଗ ୧୭୫ କି‌‌ଲୋମିଟର!

Advertisment
୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌: ବଲ୍‌ର ବେଗ ୧୭୫ କି‌‌ଲୋମିଟର!

Times Now

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ର ପ୍ରଥମ ମୁକାବିଲାରେ ଭାରତଠାରୁ ଶ୍ରୀଲଙ୍କା ୯୦ ରନ୍‌ରେ ପରାଜିତ ହୋଇଥିଲା। ତେବେ ଏହି ମ୍ୟାଚ୍‌ର ଚତୁର୍ଥ ଓଭରରେ ସିଂହଳୀ ଯୁବ ବୋଲର ମଥିସା ପଥିରନା ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ ପକାଇଥିବା ଏକ ବଲ୍‌ ଏବେ ବେଶ୍ ଚର୍ଚିତ ହୋଇଛି। ବଲ୍‌ଟି କ୍ରିକେଟ୍ ଇତିହାସର ଦ୍ରୁତତମ ବଲ୍ ବୋଲି ଆଲୋଚନା ହେଉଛି। ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲଙ୍କୁ ୧୭ ବର୍ଷୀୟ ପଥିରନା ପକାଇଥିବା ଏହି ବଲ୍‌ଟି କିନ୍ତୁ ଆଇନ ସମ୍ମତ ବଲ୍ ନଥିଲା। ଏହା ଏକ ୱାଇଡ୍ ବଲ୍ ଥିଲା। ତେବେ ‌ରେକର୍ଡ ମେସିନ ଏହାର ବେଗ ଘଣ୍ଟାପ୍ରତି ୧୭୫ କିଲୋମିଟର ବା ୧୦୮ ମାଇଲ ବୋଲି ରେକର୍ଡ କରିଥିଲା। ଫଳରେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଏହା ସର୍ବକାଳୀନ ଦ୍ରୁତତମ ବଲ୍ ବୋଲି ଆକଳନ କରାଯାଉଥିଲା। ହେଲେ ପରେ ରେକର୍ଡ ମେସିନରେ ତ୍ରୁଟି ପାଇଁ ବଲ୍‌ର ଗତି ଅଧିକ ରେକର୍ଡ ‌ହୋଇ ଯାଇଥିଲା ବୋଲି ଜଣାପଡ଼ିଥିଲା। ଫଳରେ ମହାନ ବୋଲର ଲସିଥ ମାଲିଙ୍ଗାଙ୍କ ବୋଲିଂ ଶୈଳୀ ଅନୁକରଣ କରୁଥିବା ଏବଂ ତାଙ୍କୁ ଆଦର୍ଶ ଭା‌ବେ ଗ୍ରହଣ କରିଥିବା ପଥିରନା ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କ କୀର୍ତ୍ତିମାନ ଭାଙ୍ଗିବାରୁ ବଞ୍ଚିତ ହୋଇଥିଲେ। ଅଖତାର ସେହି ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୩ ଏକଦିବସୀୟ ବିଶ୍ବକପ୍ ଅବସରରେ ଦ୍ରୁତତମ ବଲ୍ ବୋଲିଂ କରିବାର କୀର୍ତ୍ତିମାନ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ଘଣ୍ଟାପ୍ରତି ୧୬୧.୩ କିଲୋମିଟର (୧୦୦ ମାଇଲ୍) ବେଗରେ ବୋଲିଂ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସର ଦ୍ରୁତତମ ବଲ୍ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe