ଆଇପିଏଲ୍: ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ୧ ରନ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ; ବ୍ୟର୍ଥ ଗଲା ଧୋନିଙ୍କ ଅପରାଜିତ ୮୪

କୋହଲିଙ୍କ ଫର୍ମ ପାଇଁ ଆର୍‌ସିବିର ଆତ୍ମବିଶ୍ବାସ

Hindustan Times

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୯ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌କୁ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧ ରନ୍‌ରେ ପରାସ୍ତ କରିଛି । ଚେନ୍ନାଇ ସୁପର କିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମ୍‌ଦାର ୮୪ ରନ୍‌ ପରେ ମଧ୍ୟ ଚେନ୍ନାଇ ଏହି ମ୍ୟାଚ ଜିତି ପାରିନଥିଲା । ଚେନ୍ନାଇକୁ ଶେଷ ଓଭରରେ ୨୬ ରନ୍‌ ଦରକାର ଥିବା ବେଳେ ଧୋନି ୩ ଟି ଛକା ଗୋଟେ ୪ ଓ ୨ ରନ୍‌ କରିଥିଲେ । ଶେଷ ବଲରେ ୨ ରନ୍‌ ଦରକାରଥିବା ବେଲେ ଶାର୍ଦ୍ଦୁଲ ଠାକୁର ରନ୍‌ ଆଉଟ ହୋଇଯାଇଥିଲେ ଫଳରେ ବେଙ୍ଗାଲୁରୁ ଏହି ମ୍ୟାଚକୁ ୧ ରନ୍‌ ଜିତିଥିଲା । ଏହି ବିଜୟ ସହ ବେଙ୍ଗାଲୁରୁ ୬ ପଏଣ୍ଟ ହାସଲ କରି ଚଳିତ ଆଇପିଏଲ୍‌ର ପରବର୍ତ୍ତୀ ରାଉଣ୍ଡକୁ ଯିବା  ଆଶାକୁ ଉଜ୍ଜିବୀତ ରଖିଛି ।

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬୨ ରନ୍‌ ଟାର୍ଗେଟ ଦେଇଥିଲା। ବେଙ୍ଗାଲୁର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୬୧ ରନ କରିଥିଲା। ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ପକ୍ଷରୁ  ପାର୍ଥିବ ପଟେଲ ସର୍ବାଧିକ ୫୩ ରନ କରିଥିବା ବେଳେ ଅଧିନାୟକ କୋହଲି ୯ ରନ କରି ଆଉଟ୍‌ ହୋଇଥିଲେ। ଏବି ଡିଭିଲିୟର୍ସ ୧୯ଟି ବଲ ଖେଳି ୨୫ ରନ୍‌ ଯୋଡ଼ିଥିବା ବେଳେ ଅକ୍ଷଦୀପ ୨୦ଟି ବଲ୍‌ ଖେଳି ୨୪ ରନ୍‌ କରିଥିଲେ। ମାର୍କସ ଷ୍ଟୋଇନିସ ୧୪ ରନ, ମୋଇନ ଅଲୀ ୨୬ ରନ କରିଥିଲେ। ଦୀପକ ଚହର, ରବୀନ୍ଦ୍ର ଜାଦେଜା ଓ ବ୍ରାଭୋ ୨-୨ ଓ୍ଵିକେଟ ନେଇଥିବା ବେଳେ ଇମ୍‌ରାନ୍‌ ତାହିରଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe