ବାଙ୍ଗରଙ୍କ ପୁଅ ହେଲେ ଝିଅ

Advertisment

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି। ଏଥିଲାଗି ସେ ୧୦ ମାସ ତଳୁ ହର୍ମୋନ୍ ଥେରାପି ନେବା ଆରମ୍ଭ କରିଥିଲେ।

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି। ଏଥିଲାଗି ସେ ୧୦ ମାସ ତଳୁ ହର୍ମୋନ୍ ଥେରାପି ନେବା ଆରମ୍ଭ କରିଥିଲେ।

gjgdgjgj

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବ୍ୟାଟିଂ ପ୍ରଶିକ୍ଷକ ସଂଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି। ଏଥିଲାଗି ସେ ୧୦ ମାସ ତଳୁ ହର୍ମୋନ୍ ଥେରାପି ନେବା ଆରମ୍ଭ କରିଥିଲେ। ଏବେ ଇନଷ୍ଟାଗ୍ରାମରେ ନିଜ ନୂଆ ରୂପର ରିଲ୍ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ନିଜ ନାଁ ଅନନ୍ୟା ରଖିଥିବା ମଧ୍ୟ ସୂଚନା ଦେଇଛନ୍ତି। ବଢ଼ିଲା କେଶ ସହ ଝିଅ ରୂପରେ ମଧ୍ୟ ସେ ବେଶ୍ ସୁନ୍ଦର ଦେଖା ଯାଉଛନ୍ତି। 

ରବିବାର ଆର୍ଯ୍ୟନ୍ ‌ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଶକ୍ତି ହରାଇଛି କିନ୍ତୁ ଖୁସି ପାଇଛି’। ୨୩ ବର୍ଷୀୟା ଅନନ୍ୟାଙ୍କ ଅନ୍ୟ ଏକ ରିଲ୍‌ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି। ଏଥିରେ ଆର୍ଯ୍ୟନ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳୁଛନ୍ତି। ସଂପ୍ରତି ମାଞ୍ଚେଷ୍ଟରରେ ରହୁଥିବା ଆର୍ଯ୍ୟନ (ଏବେ ଅନନ୍ୟା) ପିତା ବାଙ୍ଗରଙ୍କ ଭଳି କ୍ରିକେଟ୍‌ ଖେଳୁଥିଲେ। ସେ ସ୍ଥାନୀୟ କ୍ଲବ୍‌ ଇସ୍‌ଲାମ ଜିମ୍‌ଖାନାରୁ ଖେଳୁଥିଲେ। ଏହି ବାମହାତୀ ବ୍ୟାଟର୍‌ ମଧ୍ୟ ‌ଲିସେଷ୍ଟରସାୟାରର ହିଙ୍କଲେ କ୍ରିକେଟ୍‌ କ୍ଲବ୍‌ରୁ ଖେଳିଛନ୍ତି। ହର୍ମୋନ ଥେରୋପି କରିବା ପରେ ଆର୍ଯ୍ୟନ କ୍ରିକେଟ୍‌ ଛାଡ଼ି ଦେଇଥିଲେ। ଗତବର୍ଷ ଅଗ‌ଷ୍ଟ ମାସରେ ସେ ନିଜ ଭାବନାକୁ ନେଇ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ୍‌ରେ ଲେଖିଥିଲେ, ‘ସମାଜର ନୀତିନିୟମରେ ମୁଁ ଅଣନିଶ୍ବାସୀ ହୋଇଗଲିଣି, ଶରୀର ଗୋଟେ କଥା କହୁଥିଲା ବେଳେ ମନ ଅଲଗା କଥା କହୁଛି। ପ୍ରକୃତରେ ମୁଁ କିଏ ଜାଣିପାରୁନି’। 

ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ଆଇସିସି ତୃତୀୟଲିଙ୍ଗ ଖେଳାଳିଙ୍କୁ ମହିଳା କ୍ରିକେଟ୍‌ରେ ଖେଳିବା ଉପରେ ବାସନ୍ଦାଦେଶ ଜାରି କରିଥିଲା। ଅନନ୍ୟା ସଂପ୍ରତି କାଉଣ୍ଟି କ୍ଲବ୍‌ରେ କ୍ରିକେଟ୍‌ ଖେଳୁଛନ୍ତି। କିନ୍ତୁ ଇସିବି ତୃତୀୟଲିଙ୍ଗ ଖେଳାଳିଙ୍କୁ ଏଲିଟ ମହିଳା ଲେବଲ୍‌ କ୍ରିକେଟ୍‌ରେ ଖେଳିବାରୁ ବାସନ୍ଦ କରିଥିବାରୁ ଏବେ ସେ ଅଡ଼ୁଆରେ ପଡ଼ିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe