ଦୋହା : ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ (Mens Asia Cup Rising Stars 2025 ) ର ପ୍ରଥମ ସେମିଫାଇନାଲରେ, ବାଂଲାଦେଶ-ଏ ଏକ ରୋମାଞ୍ଚକର ସୁପର ଓଭରରେ ଭାରତ-ଏକୁ ପରାସ୍ତ କରିଛି। ଏହି ସୁପର ଓଭରକୁ ଖାଲି ରୋମାଞ୍ଚକର କୁହାଯାଇପାରିବ ନାହିଁ, ବରଂ ଅଜବ ବୋଲି କହିଲେ ଅଧିକ ଠିକ ହେବ। 

Advertisment

କାରଣ ଏହି ସୁପର ଓଭରରେ ଭାରତ ଶୂନ ରନ କରି ବାଂଲାଦେଶ ଆଗରେ ବିଜୟ ପାଇଁ ୧ ରନର ଲକ୍ଷ୍ୟ ରଖିଥିଲା । ପୁଣି ବାଂଲାଦେଶକୁ ଏହି ୧ ରନ କରିବାକୁ ପଡ଼ିନଥିଲା, କାରଣ ଭାରତ ବୋଲର ଓ୍ବାଇଡ୍ ମାଧ୍ୟମରେ ତାହାକୁ ବାଂଲାଦେଶକୁ ଉପହାର ଦେଇଦେଇଥିଲେ । ଭାରତୀୟ ବୋଲର ସୁୟଶ ଶର୍ମା ଓଭରର ଦ୍ୱିତୀୟ ବଲରେ ଏକ ୱାଇଡ୍ ବୋଲିଂ କରି ବାଂଲାଦେଶ-ଏ କୁ ବିଜୟୀ କରାଇଥିଲେ।

ଆହୁରି ପଢନ୍ତୁ : India vs SA :  ଅଧଘଣ୍ଟା ଆଗରୁ ଆରମ୍ଭ ହେବ ଗୁଆହାଟୀ ଟେଷ୍ଟ, କାରଣ ଜାଣନ୍ତୁ..

ଉଭୟ ଦଳ ୧୯୪ ରନ କରିଥିଲେ 

ସୁପର ଓଭର ପୂର୍ବରୁ, ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୯୪ ରନ କରିଥିଲା। ଜବାବରେ, ଭାରତ ଏ ମଧ୍ୟ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୯୪ ରନ କରିପାରିଥିଲା, ଯାହା ଫଳରେ ଏକ ଟାଇ ହୋଇଥିଲା ଏବଂ ଏକ ସୁପର ଓଭର ହୋଇଥିଲା। ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୩୮ ରନ କରିଥିବାବେଳେ ପ୍ରିୟାଂଶ ଆର୍ଯ୍ୟା ୪୪ ରନ କରିଥିଲେ । ଜିତେଶ ଶର୍ମା ୩୩ ରନ ଓ ନିହାଲ ଓ୍ବାଧେରା ୩୨ ରନ କରିଥିଲେ ।

 ଆଜିର ବିଜୟ ପରେ ବାଂଲାଦେଶ ଏ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଦଳ ହୋଇଛି। ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଶାହିନ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ନଭେମ୍ବର ୨୩ରେ ଦୋହାର ଇଡେନ ପାର୍କ ଷ୍ଟାଡିୟମରେ ଟାଇଟଲ ମୁକାବିଲାରେ ବାଂଲାଦେଶକୁ ଭେଟିବ।

 ଆହୁରି ପଢନ୍ତୁ: Ram Temple Flag Hoisting Ceremony: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ରାମ ମନ୍ଦିର ଶିଖରରେ ହେବ ପତାକା ଉତ୍ତୋଳନ