ଇତିହାସ ରଚିଲା ବାଂଲାଦେଶ, ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୧୦ ଓ୍ବିକେଟରେ ହରାଇଲା

ରାୱଲପିଣ୍ଡିରେ ଇତିହାସ ରଚିଛି ବାଂଲାଦେଶ । ପାକିସ୍ତାନକୁ ତାହାର ମାଟିରେ ହରାଇଦେଇଛି ଏହି ଦଳ। ଦୁଇ ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ବାଂଲାଦେଶ ୧୦ ୱିକେଟରେ ଜିତିନେଇଛି । ଏହି ବିଜୟ ସହ ବାଂଲାଦେଶ ଏହି ୨ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।

bangladesh

ରାଓ୍ବଲପିଣ୍ଡି: ରାୱଲପିଣ୍ଡିରେ ଇତିହାସ ରଚିଛି ବାଂଲାଦେଶ । ପାକିସ୍ତାନକୁ ତାହାର ମାଟିରେ ହରାଇଦେଇଛି ଏହି ଦଳ। ଦୁଇ ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ବାଂଲାଦେଶ ୧୦ ୱିକେଟରେ ଜିତିନେଇଛି । ଏହି ବିଜୟ ସହ ବାଂଲାଦେଶ ଏହି ୨ ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।

ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପାକିସ୍ତାନ ୪୪୮ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ୫୬୫ ରନ୍ କରିଥିଲା। କିନ୍ତୁ ନିଜର ୨ୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ବାଂଲାଦେଶ ଦ୍ବିତୀୟ ଇନିଂସରେ ବିନା କୌଣସି ୱିକେଟ୍ ହରାଇ ୩୦ ରନ୍ କରି ମ୍ୟାଚ୍ ଜିତି ନେଇଥିଲା ।

ବାଂଲାଦେଶ ପ୍ରଥମ ଦଳ ଭାବେ ଟେଷ୍ଟରେ ପାକିସ୍ତାନକୁ ନିଜ ଘରୋଇ ମାଟିରେ ୧୦ ୱିକେଟରେ ପରାସ୍ତ କରିଛି। ନଜମୁଲ ହୁସେନ ଶାଣ୍ଟୋଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ରାୱଲପିଣ୍ଡିରେ ଚମତ୍କାର ପ୍ରଦର୍ଶନ କରିଛି।


ବାଂଲାଦେଶ ପ୍ରଥମ ଦଳ ଭାବେ ଟେଷ୍ଟରେ ପାକିସ୍ତାନକୁ ନିଜ ଘରୋଇ ମାଟିରେ ୧୦ ୱିକେଟରେ ପରାସ୍ତ କରିଛି। ନଜମୁଲ ହୁସେନ ଶାଣ୍ଟୋଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ରାୱଲପିଣ୍ଡିରେ ଚମତ୍କାର ପ୍ରଦର୍ଶନ କରିଛି। ରହିମ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ୧୯୧ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe