Bangladesh Cricketers' Association: ବର୍ଜନ ଧମକ ପ୍ରତ୍ୟାହାର କଲା ବାଂଲାଦେଶ କ୍ରିକେଟ ଖେଳାଳି ସଂଘ

Advertisment

ବାଂଲାଦେଶର କ୍ରିକେଟ ଖେଳାଳି କଲ୍ୟାଣ ସଂଘ ( ସିଡବ୍ଲୁଏବି) ପକ୍ଷରୁ ବର୍ଜନ ଧମକକୁ ପ୍ରତ୍ୟାହାର କରିନିଆଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହିତ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଛି।

ବାଂଲାଦେଶର କ୍ରିକେଟ ଖେଳାଳି କଲ୍ୟାଣ ସଂଘ ( ସିଡବ୍ଲୁଏବି) ପକ୍ଷରୁ ବର୍ଜନ ଧମକକୁ ପ୍ରତ୍ୟାହାର କରିନିଆଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହିତ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଛି।

Association

Bangladesh Cricketers' Association Photograph: (sambad.in)

ଢାକା: ବାଂଲାଦେଶର କ୍ରିକେଟ ଖେଳାଳି କଲ୍ୟାଣ ସଂଘ ( ସିଡବ୍ଲୁଏବି) ପକ୍ଷରୁ ବର୍ଜନ ଧମକକୁ ପ୍ରତ୍ୟାହାର କରିନିଆଯାଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସହିତ ଆଲୋଚନା ପରେ ଏହି ଧର୍ମଘଟ ପ୍ରତ୍ୟାହାର କରାଯାଇଛି। ତେବେ ସଂଘ ବିସିବି ଅଧ୍ୟକ୍ଷ ଏମ୍. ନଜମୁଲ ଇସଲାମଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଟଳ ରହିଛି।

ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ) ଶୁକ୍ରବାରଠାରୁ ଆରମ୍ଭ ହେଉଥିବାବେଳେ ଏହାକୁ ବର୍ଜନ କରିବାକୁ ସଂଘ ଡକରା ଦେଇଥିଲା। ତେବେ ଗୁରୁବାର ରାତିରେ ସଂଘ ଓ ବିସିବି ମଧ୍ୟରେ ହୋଇଥିବା ଆଲୋଚନା ପରେ ସଂଘ ନିଜର ବର୍ଜନ ଧମକକୁ ପ୍ରତ୍ୟାହାର କରିନେଇଛି। ଏ ନେଇ ବାଂଲାଦେଶ କ୍ରିକେଟ ଖେଳାଳି କଲ୍ୟାଣ ସଂଘର ସଭାପତି ମହମ୍ମଦ ମିଥୁନ ସୂଚନା ଦେଇଛନ୍ତି।

ନଜମୁଲ ଇସ୍ଲାମଙ୍କ ଦ୍ବାରା ଖେଳାଳିଙ୍କ ବିରୋଧରେ ଦିଆଯାଇଥିବା ଏକ ଆପତ୍ତିଜନକ ବୟାନକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ସେ କହିଥିଲେ ଯେ ଯଦି ବାଂଲାଦେଶ ବିଶ୍ବକପରୁ ଓହରିଯାଏ, ତେବେ ଖେଳାଳିଙ୍କର କ୍ଷତି ହେବ, ବୋର୍ଡର ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ ବୋର୍ଡ ଏହି କ୍ଷତିର ଭରଣା କରିବ ନାହିଁ । କାରଣ ବୋର୍ଡ ଖେଳାଳିଙ୍କ ଉପରେ କୋଟି କୋଟି ଟାକା (ବାଂଲାଦେଶୀ ମୁଦ୍ରା) ବ୍ୟୟ କରିଥାଏ। କିନ୍ତୁ ଖେଳାଳି ଭଲ ପ୍ରଦର୍ଶନ ନ କଲେ ସେମାନଙ୍କୁ କ୍ଷତିପୂରଣ ମଗାଯାଏ ନାହିଁ। ଏଣୁ ଖେଳାଳି ଏହି ଅର୍ଥ ଫେରସ୍ତ କରିବା ଉଚିତ୍। ତାଙ୍କର ଏହି ବୟାନ ପରେ ଖେଳାଳିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖେଳାଳି କଲ୍ୟାଣ ସଂଘ ତରଫରୁ ମିଥୁନ କହିଥିଲେ ଯେ ଏପରି ବୟାନ ଦୁର୍ଭାଗ୍ୟଜନକ। ଯଦି ନଜମୁଲ ଇସ୍ତଫା ନ ଦିଅନ୍ତି, ତେବେ ସଂଘ ସବୁ ଫର୍ମାଟର କ୍ରିକେଟକୁ ବର୍ଜନ କରିବ। ଏହା ପରେ ବିସିବି ନଜମୁଲଙ୍କୁ ଅର୍ଥ କମିଟିରୁ ବିଦା କରିଥିଲା।

ଆହୁରି ପଢ଼ନ୍ତୁ: Maharashtra Municipal Election: ମହାରାଷ୍ଟ୍ର ପୌର ନିର୍ବାଚନ: ୨୯ ମହାନଗର ନିଗମର ନିର୍ବାଚନର ଆଜି ଫଳାଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe