Players agree to play in World Cup: ଖେଳାଳି ବିଶ୍ବକପ୍ ଖେଳିବାକୁ ରାଜି: ବାଂଲାଦେଶ କ୍ରିକେଟର

Advertisment

ବାଂଲାଦେଶ କ୍ରିକେଟ୍ ଏବେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ। ଏହାର ଖେଳାଳିମାନେ ବି ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ। କାରଣ ବାଂଲାଦେଶ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରି ଏକ ପ୍ରମୁଖ ପ୍ରତିଯୋଗିତାରୁ ଓହରିବା ପରେ ଆଇସିସି ବିସିବିକୁ ଦଣ୍ଡିତ କରିବା ସମ୍ଭାବନା ବଢିଯାଇଛି।

ବାଂଲାଦେଶ କ୍ରିକେଟ୍ ଏବେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ। ଏହାର ଖେଳାଳିମାନେ ବି ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ। କାରଣ ବାଂଲାଦେଶ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରି ଏକ ପ୍ରମୁଖ ପ୍ରତିଯୋଗିତାରୁ ଓହରିବା ପରେ ଆଇସିସି ବିସିବିକୁ ଦଣ୍ଡିତ କରିବା ସମ୍ଭାବନା ବଢିଯାଇଛି।

World Cup

Players agree to play in World Cup Photograph: (sambad.in)

ଢାକା: ବାଂଲାଦେଶ କ୍ରିକେଟ୍ ଏବେ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ। ଏହାର ଖେଳାଳିମାନେ ବି ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ। କାରଣ ବାଂଲାଦେଶ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରି ଏକ ପ୍ରମୁଖ ପ୍ରତିଯୋଗିତାରୁ ଓହରିବା ପରେ ଆଇସିସି ବିସିବିକୁ ଦଣ୍ଡିତ କରିବା ସମ୍ଭାବନା ବଢିଯାଇଛି। କିନ୍ତୁ ଏହି ବିବାଦକୁ ନେଇ ବାଂଲାଦେଶରୁ ଯେଉଁ ଖବର ଆସୁଛି ତାହା ଯଦି ସହ ହୋଇଥାଏ ତେବେ ଆହୁରି ସାଂଘାତିକ କଥା ହେବ।

ଭାରତ ଆସି ବିଶ୍ବକପ୍ ଖେଳିବାକୁ ଖେଳାଳି ରାଜି

ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେଠାକାର ଖେଳାଳିମାନେ ଭାରତ ଆସି ବିଶ୍ବକପ୍ ଖେଳିବାକୁ ରାଜି। କିନ୍ତୁ ସେମାନଙ୍କ ମତାମତକୁ କିମ୍ବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ପରାମର୍ଶକୁ କୌଣସି ଗୁରୁତ୍ବ ଦେଉନାହାନ୍ତି ସେଠାକାର କାମଚଳା ସରକାର। ନିଜେ ସମସ୍ତ ନିଷ୍ପତ୍ତି ନେଇ କେବଳ ଖେଳାଳିମାନଙ୍କୁ ନିଜର ନିଷ୍ପତ୍ତି ଶୁଣାଉଛନ୍ତି। ଗୁରୁବାର ଖେଳାଳି, ବିସିବି ଓ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକର ଉଦ୍ଦେଶ୍ୟ ଥିଲା ଖେଳାଳିମାନଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ପକ୍ଷ ଶୁଣିବା। ବୈଠକରେ ବାଂଲାଦେଶ ଅଧିନାୟକ ଲିଟନ ଦାସ ଓ ଟେଷ୍ଟ ଅଧିନାୟକ ନଜମୁଲ ହୋସେନ ସାଣ୍ଟୋ ଭାରତ ଯାଇ ବିଶ୍ବକପ ଖେଳିବାକୁ ସମ୍ମତି ଜଣାଇଥିଲେ। କିନ୍ତୁ ସେମାନଙ୍କ କୌଣସି କଥା ଶୁଣିବା ବଦଳରେ କେବଳ ଏକ ନିର୍ଦ୍ଦେଶ ଶୁଣାଇଦିଆଯାଇଥିଲା ଯେ ସୁରକ୍ଷା କାରଣରୁ ଦଳ ଭାରତ ଗସ୍ତ କରିବ ନାହିଁ। ପୂର୍ବରୁ ହୋଇଥିବା କେତେକ ଘଟଣା ଯୋଗୁଁ ବଂଲାଦେଶ ଖେଳାଳିଙ୍କ ପ୍ରତି ବିପଦର ଆଶଙ୍କା ରହିଛି।

ଜଣେ ଖେଳାଳି ଗଣମାଧ୍ୟମକୁ କହିଛନ୍ତି ଯେ "ପୂର୍ବରୁ କୌଣସି ନିଷ୍ପତ୍ତି ନିଆଯିବାବେଳେ ଖେଳାଳିମାନଙ୍କ ମତାମତ ନିଆଯାଉଥିଲା। କିନ୍ତୁ ଏବେ ସରକାର ସିଧାସଳଖ କହୁଛନ୍ତି ଯେ ଆମେ ଭାରତ ଯିବୁ ନାହିଁ। ଏପରିକି ଖେଳାଳିମାନଙ୍କ ସହ ଆଲୋଚନା କରିବା ପୂର୍ବରୁ ହିଁ ୟୁନୁସ୍ ସରକାର ନିଷ୍ପତ୍ତି ନେଇସାରିଥିଲେ। ଏଣୁ ସତ କଥା ହେଉଛି ଏହା ସରକାରଙ୍କ ନିଷ୍ପତ୍ତି, ଆମେ ବିଶ୍ବକପ ଖେଳିବୁ ନାହିଁ"।

ଆହୁରି ପଢ଼ନ୍ତୁ: US immigration agent detains 5-year-old boy:୫ ବର୍ଷର ବାଳକକୁ ଅଟକ ରଖିଲେ ଆମେରିକା ଇମିଗ୍ରେସନ ଏଜେଣ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe