Cricket: ଔପଚାରିକ ନିଷ୍ପତ୍ତି ଜଣାଇଲା ନାହିଁ ବାଂଲାଦେଶ, ଆଇସିସି ନେଲା ବଡ଼ ପଦକ୍ଷେପ

Advertisment

ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ବକପ ଅଂଶଗ୍ରହଣ ସଂପର୍କରେ...

ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ବକପ ଅଂଶଗ୍ରହଣ ସଂପର୍କରେ...

Untitled-18.jpg

ଦୁବାଇ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଦ ପଡ଼ିଛି ବାଂଲାଦେଶ। ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ବିଶ୍ବକପ ଖେଳିବ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶକୁ ନିଜର ବିଶ୍ବକପ ଅଂଶଗ୍ରହଣ ସଂପର୍କରେ ନିଷ୍ପତ୍ତି ଜଣାଇବାକୁ ଆଇସିସି ୨୪ ଘଣ୍ଟା ସମୟସୀମା ପ୍ରଦାନ କରିଥିଲା। କିନ୍ତୁ ବାଂଲାଦେଶ ନିଜ ଜିଦରେ ଅଟଳ ରହିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି ଔପଚାରିକ ନିଷ୍ପତ୍ତି ଜଣାଇନଥିଲା। ଏହା ପରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶକୁ ବିଶ୍ବକପରୁ ବାହାର କରିବା ସହ ସ୍କଟଲାଣ୍ଡକୁ ସାମିଲ କରିଛି। ସ୍କଟଲାଣ୍ଡ୍ ଏବେ ଗ୍ରୁପ-ସିରେ ବାଂଲାଦେଶ ବଦଳରେ ସ୍ଥାନ ପାଇବ। ଏହି ଗ୍ରୁପରେ ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନେପାଳ ଓ ଇଟାଲି ଅଛନ୍ତି। ତେବେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ସଂପର୍କରେ ସ୍କଟଲାଣ୍ଡକୁ ଜଣାଯାଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: Congress: ମୁଁ ଡେଇଁନି ଦଳର ଲକ୍ଷ୍ମଣ ରେଖା: ଶଶି ଥରୁର

ଚଳିତ ମାସ ଆରମ୍ଭରେ ଆଇପିଏଲ ଦଳ କୋଲକାତା ନାଇଟରାଇଡର୍ସରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁରୁ ରେହେମାନଙ୍କୁ ବାଦ ଦିଆଯିବା ପରେ ବାଂଲାଦେଶ ବିଶ୍ବକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ଘୋଷଣା କରିଥିଲା ଓ ଭାରତର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଆଇସିସକୁ ଅନୁରୋଧ କରିଥିଲା। ବିଶ୍ବକପକୁ ଅଳ୍ପ ଦିନ ବାକିଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି କହିବା ସତ୍ତ୍ବେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ଥିଲା। ଏହା ପରେ ଗତ ୨୧ ତାରିଖରେ ଆଇସିସି ପକ୍ଷରୁ ଶେଷଥର ପାଇଁ ନିଜର ନିଷ୍ପତ୍ତି ସଂପର୍କରେ ଜଣାଇବାକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହା ସତ୍ତ୍ବେ ବାଂଲାଦେଶ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା।

ଆହୁରି ପଢ଼ନ୍ତୁ: Murder: ୫୦ ପର୍ଯ୍ୟନ୍ତ ଲେଖି ପାରିଲାନି ବୋଲି ୪ ବର୍ଷୀୟ ଝିଅକୁ ହତ୍ୟା କଲା ବାପା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe