ନେପାଳକୁ ହରାଇ ସୁପର-୮ରେ ବାଂଲାଦେଶ, ଜୁନ ୨୨ରେ ଭାରତକୁ ଭେଟିବ

Advertisment
ନେପାଳକୁ ହରାଇ ସୁପର-୮ରେ ବାଂଲାଦେଶ, ଜୁନ ୨୨ରେ ଭାରତକୁ ଭେଟିବ

ସେଣ୍ଟ ଭିନସେଣ୍ଟ : ନେପାଳକୁ ୨୧ ରନ୍ ରେ ପରାସ୍ତ କରିଛି ବାଂଲାଦେଶ । ଏହା ସହିତ ବାଂଲାଦେଶ ଦଳ ସୁପର- ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ନେଦରଲାଣ୍ଡର ଆଶା ଭାଙ୍ଗି ଯାଇଛି ଏବଂ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ବାଂଲାଦେଶ ଦଳ ଜୁନ୍ ୨୨ରେ ସୁପର-୮ରେ ଭାରତକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରି ନେପାଳ ବିପକ୍ଷରେ ବାଂଲାଦେଶ ୧୦୬ ରନ୍ କରିଥିଲା। ଜବାବରେ ନେପାଳ ଦଳ ୮୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା।

୧୦୬ ରନର ପିଛା କରୁଥିବା ନେପାଳ ଆରମ୍ଭରୁ ଝଟକା ପାଇଥିଲା । କୁଶଲ ଭୁର୍ତେଲ ମାତ୍ର ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଅନୀଲ କୁମାର ଖାତା ଖୋଲି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ପାଉଡେଲ ସୁଦୀପ ଜୋରା ମଧ୍ୟ ବଡ଼ ଇନିଂସ ଖେଳି ପାରିନଥିଲେ। କୁଶଲ ମଲ୍ଲା ଦୀପେନ୍ଦ୍ର ସିଂହ ଏରି କିଛି ସମୟ ୱିକେଟ୍ ରେ ରହିବାକୁ ଚେଷ୍ଟା କରିଥିଲେ ମଧ୍ୟ ମୁସ୍ତାଫିଜୁର ରେହମାନ ଏହି ଦୁଇ ଖେଳାଳିଙ୍କୁ ଆଉଟ୍ କରି ନେପାଳର ବ୍ୟାଟିଂ କ୍ରମର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କୁଶଲ ୨୭ ଦୀପେନ୍ଦ୍ର ୨୫ ରନ୍ କରିଥିଲେ। ଶେଷ ଓଭରରେ ନେପାଳକୁ ବିଜୟ ପାଇଁ ୨୨ ରନ୍ ଦରକାର ଥିଲା। କିନ୍ତୁ ଏହାପରେ ସୋମପାଲ କାମି ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଅବିନାଶ ବୋହରା ଦ୍ୱିତୀୟ ବଲରେ ଆଉଟ ହୋଇଥିଲେ। ନେପାଳର ପୂରା ଟିମ୍ ମାତ୍ର ୮୫ ରନ୍ କରିପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe