ଡବ୍ଲିନ୍: ଚଳିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ୱେଷ୍ଟ୍ଇଣ୍ଡିଜ୍ ପୁଣି ଥରେ ବାଂଲାଦେଶଠୁ ପରାସ୍ତ ହୋଇଛି। ସୋମବାର ପଞ୍ଚମ ମ୍ୟାଚ୍ରେ ଇଣ୍ଡିଜ୍କୁ ୫ ୱିକେଟ୍ରେ ହରାଇ ବାଂଲାଦେଶ ଯୁଗଳ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଉଭୟ ଦଳ ପଏଣ୍ଟ୍ ବାଣ୍ଟିଥିଲେ। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍ ଜିତିଥିବା ଇଣ୍ଡିଜ୍ ବାଂଲାଦେଶ ବିପକ୍ଷ ଦୁଇଟି ଯାକ ହାରିଲେ ମଧ୍ୟ ଫାଇନାଲ୍ରେ ପହଞ୍ଚି ଯାଇଛି। ଆୟୋଜକ ଆୟର୍ଲାଣ୍ଡ ୧୫ ତାରିଖରେ ଶେଷ ମ୍ୟାଚ୍ ବାଂଲାଦେଶ ସହ ଖେଳିବ। ହେଲେ ୩ ମ୍ୟାଚ୍ରୁ ଏହି ଦଳ ୨ ପରାଜୟ ଓ ଗୋଟିଏ ଫଳଶୂନ୍ୟ ସହ ଫାଇନାଲ୍ ବାଦ୍ ପଡ଼ିଥିବାରୁ ଶେଷ ମ୍ୟଚ୍ ଗୁରୁତ୍ବ ହରାଇଛି।
ସୋମବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟ୍ଇଣ୍ଡିଜ୍ ସାଇ ହୋପ୍ (୮୭) ଏବଂ ଅଧିନାୟକ ଜାସନ ହୋଲଡରଙ୍କ ଅର୍ଧଶତକ ବଳରେ ୨୪୭/୯ କରିଥିଲା। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ (୪/୪୩) ଏବଂ ମସରାଫେ ମୋର୍ତାଜା (୩/୬୦) ବୋଲିଂ ସଫଳତା ପାଇଥିଲେ। ଜବାବରେ ବାଂଲାଦେଶ ୪୭.୨ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ମୁସ୍ଫିକର ରହିମ୍ (୬୩) ଏବଂ ସୌମ୍ୟ ସରକାର (୫୪) ଅର୍ଧଶତକ ହାସଲ କରିଥିଲା ବେଳେ ମହମ୍ମଦ ମିଥୁନ ୪୩ ଓ ମହମ୍ମଦୁଲ୍ଲା ୩୦* ରନ୍ କରିଥିଲେ। ଆସଲେ ନର୍ସ ୩ ୱିକେଟ୍ ଅକ୍ତିଆର କରିଥିଲେ। ମୁସ୍ତାଫିଜୁର ରହମାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Follow Us