Will we really play in the World Cup? Photograph: (ICC)
ଢାକା: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ କ୍ରିକେଟରେ ବାଂଲାଦେଶର ଅଂଶଗ୍ରହଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ଅଧିନାୟକ ଲିଟନ ଦାସଙ୍କ ଏକ ବୟାନ ଏହି ଅନିଶ୍ଚିତତାକୁ ବଢାଇଦେଇଛି। ଦଳର ବିଶ୍ବକପ୍ ପ୍ରସ୍ତୁତିକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସତରେ କଣ ଆମେ ବିଶ୍ବକପ୍ ଖେଳିବୁ ?
ଆପଣ କ’ଣ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବୁ?
ମୀରପୁରରେ ମଙ୍ଗଳବାର ଆୟୋଜିତ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ର ଏକ ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ଏପରି ପିଚ୍ ରେ ଖେଳିବା ବାଂଲାଦେଶର ବିଶ୍ବକପ ପ୍ରସ୍ତୁତି ଲାଗି ସହାୟକ ହେବ କି? ଏହାର ଉତ୍ତରରେ ସେ ଏକ ପାଲଟା ପ୍ରଶ୍ନ ପଚାରିଥିଲେ "ଆପଣ କ’ଣ ନିଶ୍ଚିତ ଯେ ଆମେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବୁ? ବିଶ୍ବକପ ପାଇଁ ଆହୁରି ଅନେକ ସମୟ ଅଛି। ଆମେ ଖେଳିବୁ କି ନା ତାହା ମଧ୍ୟ ନିଶ୍ଚିତ ନୁହେଁ। କିନ୍ତୁ ମୁଁ କହିପାରିବି ନାହିଁ ଯେ ଏପରି ପିଚ୍ ଆମକୁ ସହାୟକ ହେବ କି ନା। ଆମକୁ ଏକ ଭଲ ପିଚ୍ ଦରକାର ଥିଲା।"
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବାକୁ ଭାରତ ଆସିବାକୁ ଘୋଷଣା କରିଛି। ଭାରତ ବଦଳରେ ତାହାର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ ଆଇସିସିକୁ ଅନୁରୋଧ କରିଥିଲେ ବି ଆଇସିସି ସେଥିପାଇଁ ରାଜି ହେଉନାହିଁ। ଏପରି ସ୍ଥିତିରେ ବାଂଲାଦେଶର ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତକାଲି ବାଂଲାଦେଶର କ୍ରୀଡ଼ା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଥିଲେ ଯେ ଭାରତ ଗସ୍ତ କରିବାର ପ୍ରଶ୍ନ ଉଠୁନାହିଁ। ବିସିସିଆଇ ଚାପରେ ଆଇସିସିର ଅନ୍ୟାପୂର୍ଣ୍ଣ ସର୍ତ୍ତ ବାଂଲାଦେଶ ମାନିବ ନାହିଁ।
ଆହୁରି ପଢ଼ନ୍ତୁ: Earthquake in the stock market: ଷ୍ଟକ୍ ବଜାରରେ ଭୂକମ୍ପ: ଟ୍ରମ୍ପଙ୍କ ୨୦୦% ଶୁଳ୍କ ଧମକ ଯୋଗୁ ଏସୀୟ ବଜାରରେ ସଙ୍କଟ
Follow Us