ବାଲାଂଦେଶ-ପାକିସ୍ତାନ ଟେଷ୍ଟ: ଅବିଦ୍‌ଙ୍କ ଶତକ, ତୈଜୁଲଙ୍କୁ ୭ ୱିକେଟ୍

Advertisment
ବାଲାଂଦେଶ-ପାକିସ୍ତାନ ଟେଷ୍ଟ: ଅବିଦ୍‌ଙ୍କ ଶତକ, ତୈଜୁଲଙ୍କୁ ୭ ୱିକେଟ୍

cricketnmore.com & ndtv sports

ଚଟ୍ଟଗ୍ରାମ: ବାଂଲାଦେଶ-ପାକିସ୍ତାନ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ୧୪ ୱିକେଟ ପତନ କାରଣରୁ ଏହା ନାଟକୀୟ ମୋଡ଼ ନେଇଛି। ଦୃଢ଼ ସ୍ଥିତିରେ ଥିବା ପାକିସ୍ତାନ ପାଳି ଅଗ୍ରଣୀର ସୁଯୋଗ ହାତଛଡ଼ା କରିଥିଲେ ମଧ୍ୟ ବୋଲିଂରେ ପ୍ରତ୍ୟାବର୍ତନ କରି ପୁଣି ମ୍ୟାଚ୍‌କୁ ଫେରିଛି। ବାଂଲାଦେଶର ୩୩୦ ରନ୍ ଜବାବରେ ପାକିସ୍ତାନ ପୂର୍ବଦିନର ସ୍କୋର୍‌ ୧୪୫/୦ରୁ ରବିବାର ଖେଳିଥିଲେ ମଧ୍ୟ ୨୮୬ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଛି। ଦ୍ବିତୀୟ ପାଳିରେ କିନ୍ତୁ ସାହିନ୍ ସାହା ଆଫ୍ରିଦିଙ୍କ ଘାତକ ବୋଲିଂ କାରଣରୁ ବାଂଲାଦେଶ ୩୯ ରନ୍‌ରେ ୪ ୱିକେଟ୍ ହରାଇ ଦେଇଛି।

ହାତରେ ୬ ୱିକେଟ୍ ଥାଇ ଘରୋଇ ଦଳ ୮୩ ରନ୍‌ରେ ଆଗୁଆ ରହିଛି। ରବିବାର ପାକିସ୍ତାନ ପକ୍ଷରୁ ଅବିଦ୍ ଅଲୀ (୧୩୩) ଚତୁର୍ଥ ଟେଷ୍ଟ ଶତକ ହାସଲ କରିବା ଏବଂ ବାଂଲାଦେଶ ପକ୍ଷରୁ ତୈଜୁଲ ଇସଲାମ୍‌ ୭ ୱିକେଟ୍‌ ଦଖଲ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଇସଲାମ ନିଜ ନବମ ୫ ୱିକେଟ୍‌ ସଫଳତା ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ପ୍ରଥମ ପାଳି: ୩୩୦ (ଲିଟନ୍ ଦାସ-୧୧୪, ‌ମୁସଫିକର ରହିମ୍-୯୧, ହାସନ୍ ଅଲୀ-୫/୫୧)। ପାକିସ୍ତାନ ପ୍ରଥମ ପାଳି: ୨୮୬ (ଅବିଦ୍ ଅଲୀ-୧୩୩, ଅବଦୁଲ୍ଲା ସଫିକ୍-୫୨, ତୈଜୁଲ ଇସ୍‌ଲାମ-୭/୧୧୬, ଏବଦତ୍ ହୋସେନ୍‌-୨/୪୭, ମେହେ‌ଦି ହାସନ୍-୧/୬୮)। ବାଂଲାଦେଶ ଦ୍ବିତୀୟ ପାଳି: ୧୯ ଓଭରରେ ୩୯/୪ (ସୈଫ ହାସନ୍‌-୧୯, ମୁସଫିକର ରହିମ୍‌-୧୨*, ୟାସିର୍ ଅଲୀ-୮*, ସାହିନ ସାହା ଆଫ୍ରିଦି-୩/୬, ହାସନ୍ ଅଲୀ-୧/୧୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe