ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଆଡିଲେଡ୍ରେ ହେଉଥିବା ‘ଟି୨୦ ବିଶ୍ବକପ୍ ୨୦୨୨’ରେ ବାଂଲାଦେଶ ଟସ୍ ଜିଣି ବ୍ୟାଟିଙ୍ଗ୍ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି।
ଟସ୍ ହାରିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିଥାଆନ୍ତୁ। ବୋର୍ଡରେ ରନ୍ ଉପରେ ହିଁ ସବୁକିଛି ନିର୍ଭର କରେ। ବାଂଲାଦେଶର ଅଧିନାୟକ କହିଛନ୍ତି, ଆମେ ଆଜି ଉତ୍ତମ ପ୍ରସ୍ତୁତି କରିଛୁ। ଖେଳାଳିମାନେ ଭଲ ଖେଳିବେ।
Image Courtesy of India Todayଭାରତୀୟ ଟିମ୍ରେ ଖେଳୁଛନ୍ତି: କେ.ଏଲ୍. ରାହୁଲ୍, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ. ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୂଦା, ଦିଶେନ କାର୍ତ୍ତିକ(ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଋଷଭ ପନ୍ତ, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍ ଓ ଯୁଜବେନ୍ଦ୍ର ଚହଲ୍।
ବାଂଲାଦେଶ ଟିମ୍ରେ ଖେଳୁଛନ୍ତି: ନିଜାମୁଲ୍ ହୋସେନ୍ ଶାନ୍ତୋ, ସୌମ୍ୟ ସର୍କାର, ଲିଟ୍ଟନ୍ ଦାସ, ଶକିବ୍ ଅଲ୍ ହସନ୍ (ଅଧିନାୟକ), ଅଫିଫ୍ ହୋସେନ୍, ମୋସାଦ୍ଦେକ୍ ହୋସେନ୍, ହସନ୍ ମହ୍ମୁଦ୍, ତାସ୍କିନ୍ ଅହମଦ୍, ମେହିଦୀ ହସନ୍ ମିର୍ଜା, ଏବାଦତ୍ ହୋସେନ୍, ଶରିଫୁଲ୍ ଇସ୍ଲାମ୍ ଓ ନସୁମ୍ ଅହମଦ୍।
ଉଲ୍ଲେଖ ଯୋଗ୍ୟ, ମ୍ୟାଚ୍ ଆରମ୍ଭ ପୂର୍ବରୁ ଗୋଟାଏ ବିଚିତ୍ର ମନ୍ତବ୍ୟ ଦେଇ ବାଂଲାଦେଶର ଶକିବ୍ ଅଲ୍ ହସନ୍ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି। ସେ କହିଛନ୍ତି, ବିଶ୍ବକପ୍ ଜିଣିବା ଲାଗି ବାଂଲାଦେଶ ଆସିନାହିଁ। ଭାରତ ବିଶ୍ବକପ୍ ଜିଣିବ। ସେମାନଙ୍କର ଉଦ୍ଦେଶ୍ୟ ହେଲା ଗୋଳମାଳ କରିବା।
Follow Us