ଜିମ୍ବାୱେଠୁ ବାଂଲାଦେଶର ପ୍ରତିଶୋଧ

Advertisment
ଜିମ୍ବାୱେଠୁ ବାଂଲାଦେଶର ପ୍ରତିଶୋଧ

OutFable

ହରାରେ : ଜିମ୍ବାୱେଠାରୁ ପ୍ରଥମ ଟ୍ବେଣ୍ଟି-୨୦ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ବାଂଲାଦେଶ ଦଳ ଏହାର ପ୍ରତିଶୋଧ ନେଇଯାଇଛି। ରବିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ୭ ୱିକେଟ୍‌ରେ ଏକତରଫା ଭାବେ ଜିମ୍ବାୱେକୁ ପରାସ୍ତ କରି ୩ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଓପନିଂ ବୋଲର୍‌ ମୋସାଦେକ ହୋସେନ୍‌ଙ୍କ ଭୟଙ୍କର ବୋଲିଂ (୪-୦-୨୦-୫) କାରଣରୁ ଜିମ୍ବାୱେ ୧୩୫/୮ରେ ସୀମିତ ରହିଥିଲା।

ସିକନ୍ଦର ରାଜା ସର୍ବାଧିକ ୬୨ ରନ୍ (୫୩ ବଲ୍‌) କରିଥିଲେ। ରୢାନ୍ ବୁରୀ ୩୨ ଏବଂ ଲୁକ୍‌ ଜଙ୍ଗୱେ ୧୧ ଅନ୍ୟ ଦୁଇ ବ୍ୟାଟର୍ ଯିଏ ଦୁଇ ଅଙ୍କ ଛୁଇଁପାରିଥିଲେ। ଜବାବରେ ବାଂଲାଦେଶ ଲିଟନ୍ ଦାସ (୫୬, ୩୩ ବଲ୍‌), ଅଫିଫ୍ ହୋସେନ୍‌ (୨୮ ବଲ୍‌ରୁ ୩୦*) ଓ ନଜମୁଲ ହୋସେନ୍‌ ସାନ୍ତୋ (୨୧ ବଲରୁ ୧୯*)ଙ୍କ ବଳରେ ୧୭.୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ମୋସାଦେକ ହୋସେନ୍‌ ପୂର୍ବରୁ ୧୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ମାତ୍ର ୭ ୱିକେଟ୍ ଅକ୍ତିଆର କରିଥିବା ବେଳେ ରବିବାର ଶ୍ରେଷ୍ଠ ବୋଲିଂ ଚିତ୍ର (୫/୨୦) ପାଇଥିଲେ। ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe