ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ମାମଲା: କଟକ ଡିସିପି, ଓସିଏ ସମ୍ପାଦକଙ୍କୁ ମାନବାଧିକାର କମିସନଙ୍କ ନୋଟିସ୍‌

ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ

ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ମାମଲା: କଟକ ଡିସିପି, ଓସିଏ ସମ୍ପାଦକଙ୍କୁ ମାନବାଧିକାର କମିସନଙ୍କ ନୋଟିସ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଦାୟର ମାମଲାରେ କଟକ ଡିସିପି ଓ ଓସିଏ ସମ୍ପାଦକଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ କେଉଁ ପ୍ରକାରର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଉଛି, ସେ ସ˚କ୍ରାନ୍ତରେ ଆସନ୍ତା ୨୬ ତାରିଖ ସୁଦ୍ଧା ତଥ୍ୟ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉକ୍ତ ଆନ୍ତର୍ଜାତିକ ମ୍ୟାଚ ପାଇଁ ଦର୍ଶକଙ୍କୁ ଆସିବାକୁ ଅନୁମତି ଦେବାପାଇଁ ଓସିଏ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ହେଲେ, ଦର୍ଶକଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ କେତେକ ବାଧ୍ୟତାମୂଳକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଆବେଦନକାରୀ ନିଶିକାନ୍ତ ମିଶ୍ର ଦର୍ଶାଇଥିଲେ। ବାରବାଟୀ ଷ୍ଟାଡିୟମର କୌଣସି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଏଠାରେ ପାଖାପାଖି ୪୪ ହଜାର ଦର୍ଶକ ବସିବା କ୍ଷମତା ରହିଛି। ମାତ୍ର, ଦର୍ଶକଙ୍କ ସୁରକ୍ଷା ପାଇଁ ସେଠାରେ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଏ ସ˚କ୍ରାନ୍ତରେ ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ର ପୂର୍ବରୁ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଥିଲେ। ଯେଉଁଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଓସିଏକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବାକୁ ଆବେଦନ କରିବାପାଇଁ କୁହାଯାଇଥିଲା। ତେବେ କ୍ରିକେଟ ମ୍ୟାଚ ବେଳେ ଦର୍ଶକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ମ୍ୟାଚ ପାଇଁ କି ବ୍ୟବସ୍ଥା କରାଯାଉଛି ତାହାଉପରେ ନିଜନିଜର ରିପୋର୍ଟ ପ୍ରଦାନ କରିବାକୁ କଟକ ଡିସିପି ଓ ଓସିଏ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେହେତୁ ମ୍ୟାଚ ୧୨ ତାରିଖରେ ଖେଳାଯିବା ପାଇଁ ଧାର୍ଯ୍ୟ ହୋଇ ସାରିଛି, ତେଣୁ ୨୬ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ କୁହାଯାଇଛି।

ଷ୍ଟାଡିୟମ୍‌ ବୁଲିଲେ ପପୁଲସ୍‌ ଗ୍ରୁପ୍‌ ଅଧିକାରୀ

କଟକ: ପପୁଲସ୍‌ ଗ୍ରୁପ୍‌ର ବରିଷ୍ଠ ଅଧିକାରୀମାନେ ମଙ୍ଗଳବାର ଅପରାହ୍ନରେ ବାରବାଟୀ ଷ୍ଟାଡିୟମ ପରିର୍ଶନକ କରିଛନ୍ତି। ବାରବାଟୀ ଷ୍ଟାଡିୟମକୁ ଏକ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ୍‌ ଭାବେ ଗଢିତୋଳିବାକୁ ଏହି ସ˚ସ୍ଥା ଓସିଏକୁ ସହାୟତା କରିବ। ବିଶ୍ବର ବିଭିନ୍ନ ସ୍ଥାନରେ କ୍ରୀଡ଼ା ଉପଯୋଗୀ ଷ୍ଟାଡିୟମ୍‌ ନିର୍ମାଣ କ୍ଷେତ୍ରରେ ଏହି ଗ୍ରୁପ୍‌ ଜଣାଶୁଣା। ବାରବାଟୀ ଷ୍ଟାଡିୟମର ନବକଳେବର କ୍ଷେତ୍ରରେ ମଧ୍ୟ ପପୁଲସ୍‌ ଗ୍ରୁପ୍‌ ଓସିଏ ସହିତ ମିଶି ଭିତ୍ତିଭୂମି ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବ। ପପୁଲସ୍‌ ଗ୍ରୁପ୍‌ ପକ୍ଷରୁ ରିପୁ ଦାମନ ସି˚ହ ଓ ପ୍ରଣବ କାଶ୍ୟପ ଷ୍ଟାଡିୟମ୍‌ର ବିଭିନ୍ନ ସ୍ଥାନକୁ ବୁଲି ଦେଖିଥିଲେ। ତାଙ୍କ ସହିତ ଓସିଏ ସମ୍ପାଦକ ସ˚ଜୟ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe