ପପୁଲାର୍‌କୁ ହରାଇ ବାରବାଟୀ ସେମିରେ

Advertisment

ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌

ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌

ପପୁଲାର୍‌କୁ ହରାଇ ବାରବାଟୀ ସେମିରେ

ଭୁବନେଶ୍ୱର: ସିଟି କ୍ଲବ୍‌ ଆନୁକୂଲ୍ୟରେ ନୂଆପଲ୍ଲୀସ୍ଥିତ ଇନ୍ଦିରା ମଇଦାନରେ ରବିବାରଠାରୁ ତୃତୀୟ ଭାଗ୍ୟଧର ଟ୍ରଫି ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ କଟକର ବାରବାଟୀ ସ୍ପୋର୍ଟିଂ ୪-୨ (୦-୦) ଟାଇବ୍ରେକର ଗୋଲ୍‌ରେ ଢ଼େଙ୍କାନାଳ ପପୁଲାର୍‌ କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବାରବାଟୀ ଦଳର ଗୋଲରକ୍ଷକ ସେକ୍‌ କମଲଉଦ୍ଦିନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥି ଭାବେ ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ଡିଜିପି ସଂଜୀବ ମାରିକ, ବିଏଏ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ଡିସିପି (ଟ୍ରେନିଂ) ବିଜୟ କୁମାର ସାହୁ , ସହଦେବ ରାଉତ, କାର୍ପୋରେଟର୍‌ ନବ କିଶୋର ପଟ୍ଟନାୟକ, ପ୍ରଶିକ୍ଷକ ନନ୍ଦ କିଶୋର ପଟ୍ଟନାୟକ ଅତିଥି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବ୍‌ ଭାଗ୍ୟଧର ଜଗଦେବ, ଉମେଶ ଚନ୍ଦ୍ର ବଳିଆରସିଂହ, କାଶୀନାଥ ଜେନା, ତ୍ରିନାଥ ମଙ୍ଗରାଜ, ତପର ଭଞ୍ଜ, ଯୋଗେନ୍ଦ୍ର ଜେନା, ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ୟାଜଦାନି କ୍ଲବ୍‌-୭୩ ସହିତ ଜଟଣୀର ଉତ୍କଳ ସ୍ପୋର୍ଟିଂ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟରଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe