ବାରବାଟୀ ଦିନିକିଆ ଆଉ ୧୮ ଦିନ, ବାଉଣ୍ତରିରେ ଶତକ ହାସଲରେ ଯୁବି ଏକମାତ୍ର ଖେଳାଳି

Advertisment
ଜନ୍ମଦିନରେ ଯୁବିଙ୍କ ଶୁଭ ମନାସିଲେ ସଚିନ ଓ ବିରାଟ

Zee News

କଟକ: ଭାରତ-ୱେଷ୍ଟଇଣ୍ତିଜ୍‌ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ସବୁବେଳେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିଥାଏ। ଏହି ଦୁଇ ଦଳଙ୍କ ମଧ୍ୟରେ ଯେତେବେଳେ ମ୍ୟାଚ ହୁଏ, ସେତେବେଳେ ବାଉଣ୍ତରିରୁ ଅଧିକ ରନ୍‌ ସ˚ଗ୍ରହ ହେଉଥିବା ଦେଖାଯାଇଥାଏ। ତେବେ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଯେତେଥର ଦିନିକିଆ ମ୍ୟାଚ୍‌ ଖେଳାଯାଇଛି, ସେଗୁଡ଼ିକ ମଧ୍ୟରୁ ଯୁବରାଜ ସି˚ହ ଏକମାତ୍ର ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ବାଉଣ୍ତରିରୁ ଶତକ ହାସଲ କରିବା ଭଳି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୧୭ରେ ଇ˚ଲଣ୍ତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବରାଜ ୨୧ ଚୌକା ଓ ୩ ଛକାରୁ ୧୦୨ ରନ୍‌ କରିବା ସହିତ ଏହି ମ୍ୟାଚ୍‌ରେ ସେ ମୋଟ ୧୫୦ ରନ୍‌ ସ˚ଗ୍ରହ କରିଥିଲେ। ତାଙ୍କ ପଛକୁ ମହେନ୍ଦ୍ର ସି˚ହ ଧୋନି ସେହି ମ୍ୟାଚ୍‌ରେ ୧୦ ଚୌକା ଓ ୬ ଚୌକା ସହାୟତାରେ ୭୬ କରିବା ସହ ମୋଟ ୧୩୪ ରନ୍‌ ସ˚ଗ୍ରହ କରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ବାଉଣ୍ତରିରୁ ସର୍ବାଧିକ ରନ୍‌ ସ˚ଗ୍ରହକାରୀଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ୍‌ ୭୪ (୧୯୯୮), ଶିଖର ଧାଵନ ୭୪ (୨୦୧୪), ସଚିନ ତେନ୍ଦୁଲକର ୬୬ (୧୯୯୬), ବୀରେନ୍ଦ୍ର ସେହଵାଗ ୬୬ (୨୦୦୮), ଆଜିଙ୍କ୍ୟ ରାହାଣେ ୬୪ (୨୦୧୪), ଇଅନ ମୋର୍ଗାନ ୫୪ (୨୦୧୭), ସଚିନ ତେନ୍ଦୁଲକର ୫୨ (୨୦୦୯), ଜାସନ ରଏ ୪୮ (୨୦୧୭) ରନ୍‌ ସ˚ଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe