ବାରବାଟୀ ଦିନିକିଆ ଆଉ ୧୯ ଦିନ: ୧୩ ଥର ହୋଇଛି ୧୦୦ରୁ ଊର୍ଧ୍ବ ଭାଗୀଦାରି ରନ୍‌

Advertisment
କଟକ କ୍ରୀଡ଼ା ଇତିହାସ:  ହଜିଗଲା ବାରବାଟୀ ଷ୍ଟାଡିୟମ୍‌ର ସୁଡ଼ଙ୍ଗ

କଟକ: ଗୋଟିଏ ବଡ଼ ଭାଗୀଦାରି ମ୍ୟାଚ୍‌କୁ ଉଜ୍ଜୀବିତ କରି ରଖିଥାଏ। ତେଣୁ ଟେଷ୍ଟ୍‌ ହେଉ କି ଦିନିକିଆ ସବୁଥିରେ ଗୋଟିଏ ଭଲ ଭାଗୀଦାରି ମ୍ୟାଚ୍‌ର ମୋଡ଼ ବଦଳାଇବାରେ ଯଥେଷ୍ଟ ଭୂମିକା ନେଇଥାଏ। ବାରବାଟୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୧୩ଥର ୧୦୦ରୁ ଊର୍ଧ୍ବ ରନ୍‌ର ଭାଗୀଦାରି ସୃଷ୍ଟି ହୋଇଛି। ୧୯୮୪ରେ ଭାରତ ଓ ଇ˚ଲଣ୍ତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପାଳିର ପ୍ରଥମ ଵିକେଟରେ କୃଷ୍ଣମଚାରି ଶ୍ରୀକାନ୍ତ ଓ ରବି ଶାସ୍ତ୍ରୀଙ୍କ ମଧ୍ୟରେ ୧୮୮ ରନ୍‌ର ଭାଗୀଦାରି ହୋଇଥିଲା। ୧୯୯୮ରେ ଭାରତ ଓ ଜିମ୍ବାେଵ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଚତୁର୍ଥ ଵିକେଟରେ ମହମ୍ମଦ ଆଝାରୁଦ୍ଦିନ୍‌ ଓ ଅଜୟ ଜାଦେଜାଙ୍କ ମଧ୍ୟରେ ହୋଇଥିବା ୨୭୫* ରନ୍‌ର ଭାଗୀଦାରି ବାରବାଟୀରେ ବର୍ତ୍ତମାନ ସୁଦ୍ଧା ଯେକୌଣସି ଵିକେଟରେ ସର୍ବାଧିକ କୀର୍ତ୍ତିମାନ ରହିଛି। ଏହାପଛକୁ ରହିଛି ୨୦୧୭ରେ ଯୁବରାଜ ସି˚ହ ଓ ମହେନ୍ଦ୍ର ସି˚ହ ଧୋନିଙ୍କ ମଧ୍ୟରେ ହୋଇଥିବା ବିସ୍ଫୋରକ ୨୫୬ ରନ୍‌ (ବନାମ ଇ˚ଲଣ୍ତ)ର ଭାଗୀଦାରି। ସେହିପରି ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଆଜିଙ୍କ୍ୟ ରାହାଣେ ଓ ଶିଖର ଧାଵନଙ୍କ ମଧ୍ୟରେ ପ୍ରଥମ ଵିକେଟରେ ହୋଇଥିବା ୨୩୧ ରନ୍‌ର ଭାଗୀଦାରି ତୃତୀୟ ସର୍ବାଧିକ କୀର୍ତ୍ତିମାନ ଭାବେ କାଏମ୍‌ ରହିଛି। ତେବେ ୧୦୦ରୁ ଊର୍ଧ୍ବ ରନ୍‌ର ଭାଗୀଦାରି ମଧ୍ୟରେ ସଚିନ ତେନ୍ଦୁଲକର ସର୍ବାଧିକ ୪ଥର ଏହି କୀର୍ତ୍ତିମାନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe