ଭୁବନେଶ୍ବର: ଭାରତ-ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଚଳିତମାସ ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିବା-ରାତ୍ର ଦିନିକିଆ ମ୍ୟାଚ୍ ଲାଗି ଅନ୍ଲାଇନ୍ ଟିକେଟ୍ ବିକ୍ରି ୫ ତାରିଖରୁ ଆରମ୍ଭ ହେବ। କ୍ରିକେଟ୍ପ୍ରେମୀମାନେ ୧୫ ତାରିଖ ପର୍ଯ୍ୟନ୍ତ www.paytm.com କିମ୍ବା www.insider.in ୱେବ୍ସାଇଟ୍ରେ ଯାଇ ଟିକେଟ୍ କିଣି ପାରିବେ। ଏଥିସହ paytm କିମ୍ବା insider.in ଆପ୍ରେ ମଧ୍ୟ ଟିକେଟ୍ ବିକ୍ରି ହେବ। ଅଲ୍ଲାଇନ୍ ଟିକେଟ୍ କିଣିଥିବା ଗ୍ରାହକ ଏହାକୁ ୧୯, ୨୦, ୨୧ ତାରିଖରେ କଟକସ୍ଥିତ କେମ୍ବ୍ରିଜ୍ ସ୍କୁଲ୍ କାଉଣ୍ଟ୍ରରେ ରିଡେମ୍ପସନ୍ କରି ବୈଧ ଟିକେଟ୍ ଗ୍ରହଣ କରିବେ। ଅନ୍ଲାଇନ୍ରେ ଗ୍ୟାଲେରି ୨ ଏବଂ ୩ ଲାଗି ୩୦୦୦ ଟିକେଟ୍ ରହିଥିଲା ବେଳେ ଏହାର ମୂଲ୍ୟ ୫୦୦ ଟଙ୍କା ରହିଛି। ଗ୍ୟାଲେରି ୬ରେ ୧୫୦୦ ଟିକେଟ୍ ଥିଲା ବେଳେ ଏହାର ମୂଲ୍ୟ ୪୦୦ ଟଙ୍କା ରଖାଯାଇଛି। ନିଉ ପାଭିଲିୟନ ପ୍ରଥମ ମହଲା (୫୦ ଟିକେଟ୍) ଏବଂ ଏସି ବକ୍ସ ଗ୍ୟାଲେରି-୪ (୧୦୦ ଟିକେଟ୍)ର ଟିକେଟ୍ ମୂଲ୍ୟ ୫୦୦୦ ଟଙ୍କା ରହିଛି। ସେହିଭଳି ସ୍ପେସାଲ ଏନ୍କ୍ଲୋଜର-ଏରେ ୫୦୦ ଟିକେଟ୍ ରହିଥିଲା ମୂଲ୍ୟ ଏହାର ମୂଲ୍ୟ ୩୦୦୦ ଟଙ୍କା ରହିଛି। ୪୦୦ ଟଙ୍କା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଟିକେଟ ମୂଲ୍ୟ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ। ମୋଟ ଅନ୍ଲାଇନ୍ରେ ୮୫୦୦ ଟିକେଟ୍ ବିକ୍ରି ହେବ ବୋଲି ଓଡ଼ିଶା କ୍ରିକେଟ୍ ସଂଘର ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।
ବାରବାଟୀ ଦିନିକିଆ ଆଉ ୧୭ ଦିନ: ଅନ୍ଲାଇନ୍ ଟିକେଟ୍ ବିକ୍ରି ୫ରୁ
Advertisment
Follow Us