କଟକ: ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଖେଳାଯିବାକୁଥିବା ଭାରତ-ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ବ୍ୟାଟି˚ ପିଚ୍ ପ୍ରସ୍ତୁତ କରାଯାଉଛି। ଯାହାଫଳରେ ମ୍ୟାଚ୍ରେ ରନ୍ ବର୍ଷା ହେବ। ଅର୍ଥାତ୍ ଚୌକା, ଛକାରେ ଦର୍ଶକଙ୍କ ପୂରା ମନୋର˚ଜନ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଯେଉଁଭଳି ପିଚ୍ ତିଆରି ହେଉଛି ୩୦୦ରୁ କମ୍ ରନ୍ ହେବା ଅସମ୍ଭବ। ତେବେ ଏହା ଖେଳାଳିଙ୍କ ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରୁଥିବା ବାରବାଟୀ ଷ୍ଟାଡିୟମର ମୁଖ୍ୟ ପିଚ୍ କ୍ୟୁରେଟର ପଙ୍କଜ ପଟ୍ଟନାୟକ କହିଛନ୍ତି। ଦର୍ଶକଙ୍କ ମନୋର˚ଜନକୁ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ତିନି ମାସ ତଳୁ ପିଚ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ପିଚ୍ର ଉପରିଭାଗରେ ନୂଆ ମାଟି ପକାଯାଇ ଘାସ ବୁଣାଯାଇଛି। ସେହି ଅନୁସାରେ ପାଣି ଦିଆଯାଉଥିବା ବେଳେ ରୋଲି˚ ମଧ୍ୟ କରାଯାଉଛି। ଏଥି ସହିତ ଆଉଟ ଫିଲ୍ଡକୁ ମଧ୍ୟ ପ୍ରସ୍ତୁତ କରାଗଲାଣି। ପଙ୍କଜଙ୍କ ସହ ସୁଟୁ ଘୋଷ, ହୃଷୀକେଶ ସି˚ହ, ଶରତ ଚନ୍ଦ୍ର ସାହୁ, ମୁରଲିଧର ପାତ୍ର, ବିଜୟ ବାରିକ, ସେକ୍ ରହିମ ପିଚ୍ ଓ ପଡ଼ିଆ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଓଡ଼ିଶା ରଣଜୀ ଦଳ ଅଭ୍ୟାସ କରୁଥିବା ବେଳେ ପିଚ୍ର ସ୍ଥିତି ପରୀକ୍ଷା କରାଯାଇଥିଲା। ଏଠାରେ ଥିବା ବାଉନ୍ସ ବ୍ୟାଟ୍ସମ୍ୟାନ୍ଙ୍କୁ ବଡ ସଟ୍ ଖେଳିବାରେ ବେଶ୍ ସହାୟକ ହେବ ବୋଲି କୁହାଯାଇଛି। ତେଣୁ ଅଧିକରୁ ଅଧିକ ଚୌକା, ଛକା ଦେଖିବାକୁ ମିଳିବ। ଏଥିପୂର୍ବରୁ ୨୦୧୭ରେ ଭାରତ ଓ ଇ˚ଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ୭୪୭ ରନ୍ ସ˚ଗ୍ରହ ହୋଇଥିଲା। ଭାରତ ପାଳିରେ ୩୮୧ ରନ୍ ଓ ଇ˚ଲଣ୍ଡ ପାଳିରେ ୩୬୬ ରନ୍ ସ˚ଗ୍ରହ ହୋଇଥିଲା। ଭାରତ ପାଳିରେ ୪୨ ଚୌକା ଓ ୧୨ ଛକା ଏବ˚ ଇ˚ଲଣ୍ଡ ପାଳିରେ ୩୯ ଚୌକା ଓ ୭ ଛକା ମରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us