Cuttackcity
କଟକ: ଆସନ୍ତା ୨୨ ତାରିଖରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ପାଇଁ ସୋମବାରଠୁ ଅଫ୍ଲାଇନ୍ ଟିକଟ୍ ବିକ୍ରି ଆରମ୍ଭ ହେବ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବ୍ ଇତ୍ୟାଦିଗୁଡ଼ିକୁ ଟିକଟ୍ ବିକ୍ରି କରାଯିବ। ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକଟ୍ ବିକ୍ରି ଚାଲିବ। ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରୁ ଯେଉଁ ଟିକଟ୍ ବଳିଯିବ ତାହା କାଉଣ୍ଟର୍ ବିକ୍ରି ପାଇଁ ଚାଲିଯିବ। ୧୯ ଓ ୨୦ ତାରିଖରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍ ବିକ୍ରି ହେବ। ଟିକଟ୍ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ କେବଳ ଟିକଟ୍ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍ ଭିତରକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଅନ୍ଲାଇନ୍ରେ ୮,୧୫୦ ଟିକଟ୍ ବିକ୍ରି ହୋଇସାରିଛି। କାଉଣ୍ଟର୍ରେ ବିକ୍ରି ପାଇଁ ୧୦,୦୫୦ ଟିକଟ୍ ରଖାଯାଇଛି।
Follow Us